www.samajalive.in
Thursday, December 11, 2025
18.1 C
Bhubaneswar

ଆରମ୍ଭ ହେଲା ଖଣ୍ଡଗିରି- ଉଦୟଗିରି ମହୋତ୍ସବ

ଭୁବନେଶ୍ବର : କୁମ୍ଭମେଳାର ତୃତୀୟ ଦିବସରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ ହୋଇଛି। ପାହାଡ଼ ପାଦଦେଶର ଓଟିଡିସି ପାନ୍ଥିକା ପରିସରରେ ଭୁବନେଶ୍ବର ସାଂସ୍କୃତିକ ପରିଷଦ, ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଏମ୍‌ସି ଏବଂ ଖୋର୍ଦ୍ଧା ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ, ଭୁବନେଶ୍ବର ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମହାପାତ୍ର, ପୂର୍ବତନ କର୍ପୋରେଟର ଦିଲୀପ ମାଝି, ଅଶ୍ବିନୀ ସୁନ୍ଦରାୟ, ସୁଜିତ ସ୍ବାଇଁ, ହୃଦୟ ବଲ୍ଲଭ ସାମନ୍ତରାୟ, ରାଜେନ୍ଦ୍ର ସମର୍ଥା, ମହାମାୟା ସ୍ବାଇଁ, ରୁନୁ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶୀ ନୃତ୍ୟ ଯାତ୍ରା ବାରମାସୀରୁ ଆରମ୍ଭ ହୋଇଥିଲା ଉତ୍ସବ।ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ଓଡ଼ିଶା ଡ୍ୟାନ୍ସ ଏକାଡେମୀର କଳାକାର ଓଡ଼ିଶାର ବାରମାସର ତେର ପର୍ବକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଯାହାକୁ ପରିଚାଳନା ଓ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଏହାପରେ ଲୋଇସିଂଘାର ଶଙ୍କର ବେହେରାଙ୍କ ସମ୍ବଲପୁରୀ ନୃତ୍ୟ, ଜଗତସିଂହପୁରର ଘୋଡ଼ାନାଚ, ଅମିତ ଡ୍ୟାନ୍ସ ଗ୍ରୁପ୍‌ର କଳାକାରଙ୍କ ନୃତ୍ୟ ଓ ଅଭିନେତ୍ରୀ ତମନ୍ନାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଅନ୍ତିମପର୍ବରେ ପ୍ରଜ୍ଞା ହୋତା, ସତ୍ୟଜିତ ଓ ଜେମ୍ସ ଗୀତିକାରଙ୍କ କଣ୍ଠର ସଙ୍ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଯୋଜନା କରିଥିଲେ ମଧୁମିତା ମହାନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories