www.samajalive.in
Friday, December 12, 2025
26.1 C
Bhubaneswar

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା : ରାହୁଲ ୨ନଂ ସ୍ଥାନକୁ ଉନ୍ନୀତ

ଦୁବାଇ : ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଭାରତୀୟ ଓପନର୍‌ କେଏଲ୍‌ ରାହୁଲ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ସୋମବାର ଜାରି ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ୨ନଂକୁ ଉନ୍ନୀତ ହୋଇଛନ୍ତି। ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ରେ ରାହୁଲ ମୋଟ୍ ୨୨୪ ରନ୍‌ ସଂଗ୍ରହ କରିଥିଲେ। ସେଥିରେ ଦୁଇଟି ଅର୍ଦ୍ଧଶତକ ରହିଥିଲା।

ପାକିସ୍ତାନର ବାବର ଆଜମ୍‌ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯ମ ଓ ଉପଅଧିନାୟକ ରୋହିତ ଶର୍ମା ୧୦ନଂରେ ରହିଛନ୍ତି। ଯୁବ ଭାରତୀୟ ବ୍ୟାଟସମ୍ୟାନ୍‌ ଶ୍ରେୟସ ଆୟର୍‌ ମାନ୍ୟତାରେ ୬୩ଟି ସ୍ଥାନ ଉପରକୁ ଉଠି ୫୫ନଂରେ ରହିଥିବା ବେଳେ ମନୀଷ ପାଣ୍ଡେ ୧୨ଟି ସ୍ଥାନ ଉପରକୁ ଉଠି ୫୮ନଂରେ ରହିଛନ୍ତି। ସେହିପରି ଟ୍ବେଣ୍ଟି୨୦ ସିରିଜ୍‌ରେ ୧୬୦ ରନ୍‌ ସଂଗ୍ରହ କରିଥିବା ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ମାନ୍ୟତାରେ ୨୩ନଂରୁ ଉଠି ୧୬ନଂରେ ରହିଥିବା ବେଳେ ଟିମ୍‌ ସୈଫଟ୍‌ ୭୩ନଂରୁ ଉଠି ୩୪ ଓ ରସ୍‌ ଟେଲର୍‌ ୫୦ନଂରୁ ଉଠି ୩୯ନଂରେ ରହିଛନ୍ତି। ବୋଲିଂ ମାନ୍ୟତାରେ ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରା ୨୬ଟି ସ୍ଥାନ ଉପରକୁ ଉଠି ୧୧ନଂରେ ରହିଥିବା ବେଳେ ସ୍ପିନର ଯୁଜବେନ୍ଦ୍ର ଚହଲ୍‌ ୧୦ଟି ସ୍ଥାନ ଉପରକୁ ଉଠି ୩୦ ଓ ଅନ୍ୟତମ ଦ୍ରୁତ ବୋଲର ସାର୍ଦ୍ଦୁଳ ଠାକୁର ୩୪ଟି ସ୍ଥାନ ଉପରକୁ ଉଠି ୫୭ନଂରେ ପହଞ୍ଚିଛନ୍ତି। ସେହିପରି ଯୁବ ଦ୍ରୁତ ବୋଲର ନବଦୀପ ସୈନି ୨୫ଟି ସ୍ଥାନ ଉପରକୁ ଉଠି ୭୧ନଂରେ ରହିଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା ୩୪ଟି ସ୍ଥାନ ଉପରକୁ ଉଠି ୭୬ନଂରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଲେଗ୍‌ସ୍ପିନର ଇସ୍‌ ସୋଧି ୬ଟି ସ୍ଥାନ ଉପରକୁ ଉଠି ୧୩ନଂରେ ରହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories