www.samajalive.in
Sunday, December 14, 2025
23.1 C
Bhubaneswar

ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ; ୧ ମୃତ ୨ ଆହତ

ପାରଳାଖେମୁଣ୍ଡି/ଧାମରା : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ସୋମବାର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସୋମବାର ସନ୍ଧ୍ୟାରେ ବଜ୍ରପାତ ଘଟି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅର୍ନ୍ତଗତ ସିଦ୍ଧମଙ୍ଗଡ ଗ୍ରାମପଞ୍ଚାୟତର ଅନିଲ ନୀଳାପୁ(୧୬)ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଜୁ ଲିମା(୧୩) ନାମକ ଅନ୍ୟଜଣେ ବାଳକ ଆହତ ହୋଇଛି । ଆହାତ ବାଳକକୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

- Advertisement -

ସେହିପରି ଧାମରା ନିକଟସ୍ଥ ହବାଳି ଘାଟରେ ଚରଦିଆ ପଂଚାୟତର ଶୈଳେନ୍ଦ୍ର ପଲ୍ଲୀ ଗ୍ରାମର ରାମଚନ୍ଦ୍ର ଜେନାଙ୍କ ସାନପୁଅ ତପନ ଜେନା(୨୯) ସୋମବାର ଅପରାହରେ ଚୌଧୁରୀ ଘାଟ ନିକଟରେ ମାଛ ଧରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଡଙ୍ଗାଟି ଓଲଟି ପଡିଥିବା ବେଳେ ତପନ ଜେନା ମନ୍ତେଇ ନଦୀରେ ନିଖୋଜ ହୋଇ ଯାଇଛନ୍ତି। ଚୌଧୁରୀ ଘାଟର ଘାଟିଆ ଓ ଅନ୍ୟ କେତକ ମତ୍ସ୍ୟଜିବୀ ବୋଟ ନେଇ ନଦୀ ମଧ୍ୟରେ ଖୋଜାଖୋଜି କରିଥିବା ବେଳେ ଅଗ୍ନିଶମ ବିଭାଗ ଓ ସାମୁଦ୍ରିକ  ଥାନା ଏବଂ ବାଂଶଡା ଥାନାକୁ ଖବର ଦିଆଯାଇଥିଲା।  ଖବର ଲେଖା ହେବା ପର୍ଯ୍ୟନ୍ତ  ତପନର କୌଣସି ପତ୍ତା ମିଳି ନହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories