www.samajalive.in
Friday, December 12, 2025
14.1 C
Bhubaneswar

‘ଭୂତ ପାର୍ଟ ୱନ୍‍: ଦ ହଣ୍ଟେଡ଼୍‍ ସିପ୍‍’ ଟ୍ରେଲର: ଭୟର ଜାଲରେ ଫସିଛନ୍ତି ଭିକି

ମୁମ୍ବଇ: ଭିକି କୌଶଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୂତ ପାର୍ଟ ୱନ୍‍: ଦି ହଣ୍ଟେଡ଼୍‍ ସିପ୍‍’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଏକ ନୂଆ କାହାଣୀ ସହ ଛାତି ଥରାଇଳା ଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ କୌଣସି ପୁରୁଣା ଘର କିମ୍ବା ବସ୍ତି ପରିବର୍ତ୍ତେ ଏକ ହଣ୍ଟେଡ଼୍‍ ସିପ୍‍ର କାହାଣୀ ପ୍ରଦର୍ଶିତ ହୋଇଛି। କରଣ ଜୋହର ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ଶେୟାର କରିଛନ୍ତି।

‘ଭୂତ ପାର୍ଟ ୱନ୍‍: ଦି ହଣ୍ଟେଡ଼୍‍ ସିପ୍‍’ର କାହାଣୀ ଏପରି ଏକ ଜାହାଜ ଉପରେ ଆଧାରିତ, ଯାହା ପାଗ ଖରାପ ହେବା କାରଣରୁ ମୁମ୍ବଇର ଜୁହୁ ବିଚ୍‍ରେ ଆସି ଲାଗୁଛି। ଜାହାଜକୁ ଯାଞ୍ଚ କରିବା ପରେ ଜଣାପଡ଼ୁଛି ଯେ, ସି ବାର୍ଡ଼ ନାମକ ଏହି ଜାହଜ ହଣ୍ଟେଡ଼୍‍ ଅଟେ। ଭିକି ସି ବାର୍ଡ଼ର ସର୍ଭେ ଅଫିସର ପୃଥ୍ୱୀ ଭୂମିକାରେ ଅଭିନୟ କରିଛନ୍ତି। ଜାହାଜ ବିଷୟରେ ଜାଣିବାକୁ ସେ ତା’ ଭିତରକୁ ଯାଉଛନ୍ତି ଓ ସେଠାରେ ତାଙ୍କ ସହ କିଛି ଅଜବ ଘଟଣା ଘଟୁଛି। ଭାନୁ ପ୍ରତାପ ସିଂହଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଭିକିଙ୍କ ବ୍ୟତୀତ ଭୂମି ପେଡନେକର ଓ ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୨୧ ଫେବୃୟାରୀରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

- Advertisement -

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories