www.samajalive.in
Sunday, December 14, 2025
23.1 C
Bhubaneswar

ଏବେ ବି ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: ସମ୍ପ୍ରତି କ୍ରିକେଟ ଜଗତରେ ଖେଳାଳିଙ୍କ ଜୀବନଶୈଳୀରେ ବହୁତ ପରିବର୍ତ୍ତନ ହେଲାଣି। ୩/୪ଟି ରଣଜୀ ଟ୍ରଫି ମ୍ୟାଚ ଖେଳୁଥିବା ଯୁବ କ୍ରିକେଟର ପଡ଼ିଆକୁ ମହଙ୍ଗା କାରରେ ଆସୁଥିବା ଦେଖିବାକୁ ମିଳୁଛି। ମାତ୍ର ଭାରତୀୟ କ୍ରିକେଟ ଦଳର ଏମିତି ଜଣେ ଖେଳାଳି ଅଛନ୍ତି, ଯିଏକି ଏବେ ଲୋକାଲ ଟ୍ରେନରେ ଯାତାୟାତ କରୁଛନ୍ତି। ଗତ ୬ ବର୍ଷ ମଧ୍ୟରେ ୫୫ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଓ ଭାରତୀୟ ଦଳ ପାଇଁ ୩ଟି ଦିନିକିଆ ଏବଂ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିସାରିଥିବା ଦ୍ରୁତ ବୋଲର ସାର୍ଦ୍ଦୁଳ ଠାକୁର ପୂର୍ବଭଳି ଲୋକାଲ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ, ସାର୍ଦ୍ଦୁଳ ଟିମ ଇଣ୍ଡିଆର ଜଣେ ଉଦୀୟମାନ କ୍ରିକେଟର। ନିକଟରେ ହୋଇଥିବା ଆଇପିଏଲ ନିଲାମୀ ପ୍ରକ୍ରିୟାରେ ଚେନ୍ନାଇ ସୁପର କିଙ୍ଗ୍‌ସ ସାର୍ଦ୍ଦୁଳଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛି। ଅପରପକ୍ଷରେ ଶ୍ରୀଲଙ୍କାରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ୍‌ ପାଇଁ ସାର୍ଦ୍ଦୁଳ ଦଳରେ ସାମିଲ ହୋଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories