www.samajalive.in
Saturday, December 13, 2025
21.1 C
Bhubaneswar

ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ ଜଣେ ଗିରଫ

ବେଙ୍ଗାଲୁର : ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ହିନ୍ଦୁ ଯୁବ ସେନାର ସଦସ୍ୟ କେଟି ନବୀନ କୁମାର ନାମକ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି । ବେଆଇନ ଭାବେ ମାରଣାସ୍ତ୍ର ରଖିବା ଅଭିଯୋଗରେ ତାଙ୍କୁ ଫେବୃଆରୀ ୧୮ରେ ବେଙ୍ଗାଲୁର ପୁଲିସ୍‌ ଗିରଫ କରିଥିଲା । ଗୌରୀ ଲଙ୍କେଶ ହତ୍ୟାକାଣ୍ଡରେ ନବୀନ କୁମାରର ସଂପୃକ୍ତି ନେଇ ତାର କେତେକ ସାଙ୍ଗର ବୟାନକୁ ଭିତ୍ତି କରି ଏସ୍‌ଆଇଟି ତାକୁ ଜେରା କରିଥିଲା । ଗୌରୀ ଲଙ୍ଗେଶ ହତ୍ୟାରେ ସଂପୃକ୍ତି ନେଇ ନବୀନ କୁମାର ସ୍ୱୀକାର କରିଛି ବୋଲି ଏସ୍‌ଆଇଟି ପକ୍ଷରୁ ଏକ ମୁଦା ଲଫାପା ଅତିରିକ୍ତ ମୁଖ୍ୟ ଦୌରାଜଜ୍‌ଙ୍କ ଅଦାଲତରେ ଉପସ୍ଥାପିତ କରାଯାଇଛି । ଏହାସହ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଅଭିଯୁକ୍ତ ନବୀନ କୁମାରଙ୍କୁ ୮ ଦିନିଆ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଛି । ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ପ୍ରଥମ ଅଭିଯୁକ୍ତ ଭାବେ ନବୀନ କୁମାର ନାମ ପ୍ରଘଟ କରାଯାଇଛି । ହତ୍ୟାକାଣ୍ଡ ତଦନ୍ତ ରିପୋର୍ଟ ଅନୁସାରେ ୨୦୧୫ ଅଗଷ୍ଟ ୩୦ରେ କନ୍ନଡ ଗବେଷକ ଏମ୍‌ଏମ୍‌ କାଲୁବୁର୍ଗିଙ୍କ ହତ୍ୟାକାଣ୍ଡ ଓ ୨୦୧୭ ସେପ୍ଟେମ୍ବର ୫ରେ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ପାଇଁ ସମାନ ବନ୍ଧୁକ ବ୍ୟବହାର କରାଯାଇଥିଲା ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories