www.samajalive.in
Thursday, December 11, 2025
16.1 C
Bhubaneswar

ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି କମିଛି : ନବୀନ

ଭୁବନେଶ୍ବର : କେନ୍ଦ୍ର ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟର ହିତ ଦୃଷ୍ଟିରୁ ଶ୍ରୀ ପଟ୍ଟନାୟକ ବଜେଟରେ ନିଆଯାଇଥିବା କିଛି ପଦକ୍ଷେପକୁ​‌ ସ୍ବାଗତ କରିଥିବାବେଳେ କେନ୍ଦ୍ରୀୟ ଅନୁଦାନ କାଣ୍ଟଛାଣ୍ଟ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉପେକ୍ଷା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।
କେନ୍ଦ୍ର ବଜେଟରେ କୃଷି ରେଳ, କୃଷି ଉଡ଼ାଣ, ସୋଲାର ପମ୍ପ୍‌ରେ ୨୦ଲକ୍ଷ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ପିଏମ-କୁସୁମ ଆଦି ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି। ଏସବୁ ଯୋଜନା କୃଷି କ୍ଷେତ୍ର ପାଇଁ ସହାୟକ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେହିପରି ଡିଭିଡ଼େଣ୍ଡ ଡ଼ିଷ୍ଟ୍ରିବ୍ୟୁସନ ଟିକସ ଉଚ୍ଛେଦ ସହିତ କନସେନାଲ କମ୍ପୋନେଣ୍ଟ ଟିକସ ଏବଂ ଓଡ଼ିଶାର ଅନୁରୋଧ କ୍ରମେ କର୍ପୋରେଟ ଧାରାରେ ସମବାୟ କ୍ଷେତ୍ରକୁ ଶୁଳ୍କ ରିଆତିକୁ ସେ ସ୍ବାଗତ କରିଛନ୍ତି। ଜମା ଉପରେ ୧ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୀମା ବୃଦ୍ଧି ଏବଂ ଶିକ୍ଷା କ୍ଷେତ୍ରରେ ନୂଆ ଶିକ୍ଷା ନୀତି ଓ ଏଫଡିଆଇ ଘୋଷଣାକୁ ମଧ୍ୟ ସେ ସ୍ବାଗତ କରିଛନ୍ତି। ତେବେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ରାଜ୍ୟକୁ ମିଳୁଥିବା ସବୁ ପ୍ରକାର ଆର୍ଥିକ ଅନୁଦାନ ଅପରିବର୍ତ୍ତିତ ରଖାଯିବା ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ଟିକସ ହସ୍ତାନ୍ତର ରାଶି ୫୯ହଜାର କୋଟି ଟଙ୍କାରେ ସୀମିତ ରଖାଯାଇଛି। ଏହାଫଳରେ ଓଡ଼ିଶାର ଭାଗ ପ୍ରାୟ ୩୦୦୦କୋଟି ଟଙ୍କା କମିଯିବ। କେନ୍ଦ୍ର ବଜେଟରେ ପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନ ତଥା ଐତିହ୍ୟ କ୍ଷେତ୍ରକୁ ବିକଶିତ କରାଯିବାର ଯୋଜନା ଥିବାବେଳେ ଏଥିରେ ଓଡ଼ିଶାର କୌଣସି ପ୍ରତ୍ନତାତ୍ତ୍ବିକ କ୍ଷେତ୍ର ସ୍ଥାନ ପାଇନାହିଁ। ଏ ବିଷୟରେ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ। ଜାତୀୟ ଜନଜାତି ସଂଗ୍ରହାଳୟ ପାଇଁ ଓଡ଼ିଶା ଦାବିଦାର ଥିଲେ ମଧ୍ୟ ବଜେଟରେ ଦୃଷ୍ଟି ଦିଆଯାଇ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ପାନୀୟ ଜଳ ଯୋଗାଣ ପାଇଁ ୩.୬ଲକ୍ଷ କୋଟିର ଯୋଜନା ମଞ୍ଜୁରି ପାଇଥିବାବେଳେ ବଜେଟରେ ସାରା ଦେଶ ପାଇଁ ୧୧,୫୦୦କୋଟିର ବ୍ୟୟବରାଦ ଅତି ନଗଣ୍ୟ। ବଜେଟ ଦିନ ସେନ୍‌ସେକ୍ସ ହ୍ରାସ ଆହୁରି ଅନେକ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ବୋଲି ସଙ୍କେତ ଦେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories