www.samajalive.in
Wednesday, December 10, 2025
26.1 C
Bhubaneswar

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ହାର୍ଦିକ ବାଦ୍‌

ନୂଆଦିଲ୍ଲୀ : ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ବର୍ତ୍ତମାନ ସୁଦ୍ଧା ହାର୍ଦିକ ମ୍ୟାଚ୍ ଫିଟନେସ୍‌ ହାସଲ କରିନଥିବାରୁ ତାଙ୍କୁ ଟେଷ୍ଟ ସିରିଜ୍‌ରୁ ବାଦ୍‌ ଦିଆଯାଇଥିବା ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
୨୬ ବର୍ଷୀୟ ହାର୍ଦିକଙ୍କ ମେରୁଦଣ୍ଡରେ ଅ​‌େ​ସ୍ତ୍ରାପଚାର କରାଯାଇଥିଲା। କିଛିଦିନ ତଳେ ହାର୍ଦିକ ଓ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ର ମୁଖ୍ୟ ଫିଜିଓ ଆଶିଷ କୌଶିକ୍‌ ଇଂଲଣ୍ଡ ଯାଇ ବିଶିଷ୍ଟ ଡାକ୍ତର ଜେମ୍‌ସ ଆଲିବୋନ୍‌ଙ୍କ ସହ ପରାମର୍ଶ କରିଥିଲେ। ହାର୍ଦିକ ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟାଚ୍‌ ଫିଟନେସ୍‌ ହାସଲ କରିନଥିବାରୁ ତାଙ୍କୁ ଟେଷ୍ଟ ସିରିଜ୍‌ ନ ଖେଳିବାକୁ ଆଲିବୋନ୍ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ହାର୍ଦିକଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ନିମନ୍ତେ ଭାରତୀୟ ଦଳରେ ସାମିଲ କରାନଯିବାକୁ ନିଷ୍ପତ୍ତି ହୋଇଥିବା ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି। ହାର୍ଦିକ ମ୍ୟାଚ୍‌ ଫିଟନେସ ପାଇବା ପର୍ଯ୍ୟନ୍ତ ଏନ୍‌ସିଏରେ ଅଭ୍ୟାସ ଜାରି ରଖିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଗତବର୍ଷ ଅକ୍ଟୋବରରେ ହାର୍ଦିକଙ୍କ ମେରୁଦଣ୍ଡରେ ଅ​‌େ​‌ସ୍ତ୍ରାପଚାର କରାଯାଇଥିଲା। ସେବେଠାରୁ ହାର୍ଦିକ ଭାରତ ତରଫରୁ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି। ସେ ଭାରତ ତରଫରୁ ଶେଷ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ କ୍ରିକେଟ୍ ସିରିଜ୍‌ ପାଇଁ ହାର୍ଦିକ ଭାରତ ଏ’ ଦଳରେ ସାମିଲ ହୋଇଥିଲେ। ତେବେ ସେ ମୁମ୍ବଇରେ ଫିଟନେସ୍‌ ପରୀକ୍ଷାରେ ଅସଫଳ ହୋଇ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ ତାମିଲନାଡୁ କ୍ରିକେଟ୍‌ ଦଳର ଅଧିନାୟକ ବିଜୟ ଶଙ୍କର ଭାରତ ଏ’ ଦଳରେ ସାମିଲ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories