www.samajalive.in
Thursday, December 11, 2025
16.1 C
Bhubaneswar

ସୋଫିଆ କେନିନଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ

ମେଲବର୍ଣ୍ଣ: ଆମେରିକାର ୨୧ ବର୍ଷୀୟ ଟେନିସ୍ ତାରକା ସୋଫିଆ କେନିନ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନର ଚାମ୍ପିୟାନ ହୋଇ ଇତିହାସ ରଚିଛନ୍ତି। ଶନିବାର ମହିଳା ସିଙ୍ଗଲ୍ସ ଟାଇଟଲ୍ ମୁକାବିଲାରେ ସୋଫିଆ କେନିନ୍ ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ସ୍ପେନ୍ ଅଭିଜ୍ଞ ଖେଳାଳି ଗାର୍ବାଇନ ମୁଗୁରୁଜାଙ୍କୁ ୪-୬, ୬-୨, ୬-୨ ସେଟରେ ହରାଇ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ପ୍ରଥମ ସେଟରେ ପରାସ୍ତ ହୋଇଥିଲେ ମଧ୍ୟ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ବାକି ଦୁଇଟି ସେଟରେ ବିଜୟୀ ହୋଇ କେନିନ୍ ଅଷ୍ଟ୍ରେଲିଆନ୍ ଓପନ୍ ହାତେଇ ନେଇଛନ୍ତି।  ଏହାପୂର୍ବରୁ ମଧ୍ୟ କେନିନ୍ ଦୁଇ ଥର ଅଷ୍ଟ୍ରେଲିଆନ୍ ଓପନରେ ଖେଳିଥିଲେ କିନ୍ତୁ ସଫଳତା ହାସଲ କରିପାରିନଥିଲେ । ୨୦୧୮ରେ କେନିନ୍ ପ୍ରଥମ ଥର ଅଷ୍ଟ୍ରେଲିଆନରେ ଅଶଂଗ୍ରହଣ କରି ପ୍ରଥମ ରାଉଣ୍ଡରୁ ଏବଂ ୨୦୧୯ରେ ଦ୍ବିତୀୟ ରାଉଣ୍ଡରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। କିନ୍ତୁ ସେ ଦିନେ ଅଷ୍ଟ୍ରେଲିଆନ୍ ଓପନ ଟାଇଟଲ୍ ହାସଲ କରିବେ ଏହି ଆଶା ନେଇ ପରିଶ୍ରମ କରୁଥିଲେ ଏବଂ ତାଙ୍କର ଏହି ସ୍ବପ୍ନ ଆଜି ପୂରଣ ହୋଇଛି ବୋଲି ଅଷ୍ଟ୍ରେଲିଆନ୍ ଓପନର ଚାମ୍ପିୟାନ  ହେବାପରେ କେନିନ୍ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories