www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୦-୨୧ ବଜେଟ : ସ୍ବାସ୍ଥ୍ୟସେବା ପାଇଁ ୬୯ ହଜାର କୋଟି, ଜିଲା ମୁଖ୍ୟ ଚିକିତ୍ସାଳୟ ହେବ ମେଡିକାଲ କଲେଜ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ ବଜେଟ୍ ତଥା ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କ ଏହା ହେଉଛି ଦ୍ବିତୀୟ ବଜେଟ୍। ଏଥର ବଜେଟରେ ନିର୍ମଳା ସୀତାରମଣ ସ୍ବାସ୍ଥ୍ୟ ଓ ସ୍ବଚ୍ଛ ଭାରତ ମିଶନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ୬୯ ହଜାର କୋଟିର ପ୍ରସ୍ତାବ ରଖିଛନ୍ତି। ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜ ହେବ ବୋଲି ସୀତାରମଣ ବଜେଟରେ ଉପସ୍ଥାପନ କରିଛନ୍ତି। ୨୦୨୪ ମଧ୍ୟରେ ସମସ୍ତ ଜିଲାରେ ଜନୌଷଧି କେନ୍ଦ୍ରର ପ୍ରସାରଣ ହେବ। ସେହିପରି ସ୍ବଚ୍ଛ ଭାରତ ମିଶନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ହଜାର ୩ଶହ କୋଟି ଟଙ୍କାର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଭାରତ ବାହ୍ୟ ମଳ ତ୍ୟାଗ ମୁକ୍ତ ଦେଶ ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସୀତାରମଣ କହିଛନ୍ତି। ଜଳ ଜୀବନ ମିଶନ ପାଇଁ ୩.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories