www.samajalive.in
Monday, December 8, 2025
24.1 C
Bhubaneswar

୨୦୨୦-୨୧ ପାଇଁ ସୀତାରମଣଙ୍କ ବଜେଟ ; ୫ ଲକ୍ଷ ପର୍ଯ୍ୟନ୍ତ ଆୟକର ରିହାତି 

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‍ ବା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଶନିବାର ଲୋକସଭାରେ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ନିଜର ଦ୍ବିତୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଚଳିତ ବଜେଟରେ କୃଷି, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି। ତେବେ ୨୦୨୦-୨୧ ବଜେଟରେ ତିନୋଟି ବିଷୟରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି।
କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ୧୬ ସୁତ୍ରୀ କାର୍ଯ୍ୟାନ୍ବୟନ ଯୋଜନା ଉପରେ ଗୁରୁତ୍ବ ଦିଆଯାଇଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ କରାଯାଇଛି । ସାଧାରଣ ଲୋକଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କର କ୍ରୟ କ୍ଷମତା ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଳ ସଙ୍କଟ ଦେଖା ଦେଉଥିବା ଦେଶର ୧୦୦ଟି ଜିଲ୍ଲାରେ ଜଳ ଯୋଗାଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି।

ଜିଏସଟିର ମୁଖ୍ୟ କର୍ଣ୍ଣଧାର ପୂର୍ବତନ ଅର୍ମଥନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରୀମତୀ ସୀତାରମଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଜିଏସଟି ଆମ ଦେଶର ଏକ ଐତିହାସିକ ନିଷ୍ପତ୍ତି।

– ଭାରତ ବିଶ୍ବର ୫ମ ବୃହତ୍ତର ଅର୍ଥନୀତି ହୋଇ ପାରିଛି

– ଦରବୃଦ୍ଧିକୁ କାବୁ କରିବାରେ ସଫଳ ହୋଇଛୁ 

– ଜିଏସଟି ଆମ ଦେଶ​ର ଐତିହାସିକ ନିଷ୍ପତ୍ତି

– ୨ ବର୍ଷରେ ୬୦ ଲକ୍ଷ ନୂଆ କରଦାତା ସାମିଲ ହୋଇଛନ୍ତି

– ୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ

– ଗ୍ରାମୀଣ ମହିଳାମାନଙ୍କ ପାଇଁ ଧାନ ଲକ୍ଷ୍ମୀ ଯୋଜନା

– ଏଲଆଇସିରୁ ଅଂଶଧନ ପ୍ରତ୍ୟାହାର ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା 

– କୃଷି ଗ୍ରାମ୍ୟ ଉନ୍ନୟନକୁ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି

– କୃ​ଷିର ଉନ୍ନତି ପାଇଁ ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି

– କୃଷକମାନଙ୍କ ପାଇଁ ୧୫ ଲକ୍ଷ କୋଟି  ଟଙ୍କାର କୃଷି ଋଣ

– ସୌର ପମ୍ପ ପାଇଁ ୨୦ଲକ୍ଷ କୃଷକଙ୍କୁ ଋଣ

– ଉଦ୍ୟାନ କୃଷି ପାଇଁ ଏକ ଜିଲ୍ଲା-ଏକ ଉତ୍ପାଦନ ବ୍ୟବସ୍ଥା

– କୃଷି ଜାତ ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଏବଂ କିଷାନ ରେଳ ଯୋଜନା

– ମତ୍ସ୍ୟ ସମ୍ପ୍ରସାରଣ କାର୍ଯ୍ୟକ୍ରମ ପାଇଁ ଗ୍ରମୀଣ ଯୁବକଙ୍କୁ ସାଗର ମିତ୍ର ଭାବେ ନିଯୁକ୍ତି ଦିଆଯିବ

– ଟିବି ହାରିବ-ଦେଶ ଜିତିବ ନୂଆ ଯୋଜନା, ୨୦୨୫ ସୁଦ୍ଧା ଯକ୍ଷ୍ମା ଉନ୍ମୋଳନ ଲକ୍ଷ୍ୟ

– ଜଳ ଜୀବନ ମିଶନ ପାଇଁ ୩.୬୦ ଲକ୍ଷ କୋଟି

– ଶିକ୍ଷା କ୍ଷେତ୍ର ପାଇଁ ୯୯, ୩୦୦ କୋଟି ଟଙ୍କା

-ସ୍ବଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି

-ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ୨୫,୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

 

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories