www.samajalive.in
Saturday, December 6, 2025
16.1 C
Bhubaneswar

ଓଡିଶା ହେବ ତମାଖୁ ମୁକ୍ତ

ଭୁବନେଶ୍ୱର: ଆସନ୍ତା ୬ ମାସ ମଧ୍ୟରେ ଓଡିଶାକୁ ତମାଖୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ‘ତମାଖୁ ମୁକ୍ତ ଓଡିଶା ଅଭିଯାନ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ, ଜର୍ଦା ପତି ଓ ନିକୋଟିନ ଯୁକ୍ତ ପାନ ମସଲା ବ୍ୟାନ କରିଥିଲେ ମଧ୍ୟ ତାହା ଆଜି ଯାଏଁ ସମ୍ଭବ ହୋଇପାରିନାହିଁ। ନିକଟରେ କେନ୍ଦ୍ର ସରକାର ଏ ନେଇ COTPA ACT ୨୦୦୩ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହା ଫଳରେ ଶିକ୍ଷାନୁଷ୍ଠାନ ନିକଟରେ ଜର୍ଦ୍ଦା, ସିଗାରେଟ ଓ ତମାଖୁ ବିକ୍ରୟ ଉପରେ ରୋକ ଲାଗିପାରିବ। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଓଡିଶା ଅଭିଭାବକ ମହାସଂଘ ଏହି ସମସ୍ୟା ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗତ ଡିସେମ୍ବର ୧୯ରେ ଆୟୋଗ ଦୃଷ୍ଟାନ୍ତମୂଳକ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ କହିଥିଲେ ଫଳରେ ଚଳିତ ମାସ ୨୨ରେ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏ ସମ୍ପର୍କିତ ଆଦେଶନାମା କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ତମାଖୁ ବିକ୍ରି କରୁଥିବା ଓମଫେଡ ଦୋକାନର ଲାଇସେନସ ରଦ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ‘ତମାଖୁ ମୁକ୍ତ ଓଡିଶା ଅଭିଯାନ’ର ଉପଦେଷ୍ଟା ବାସୁଦେବ ଭଟ୍ଟ, ସଂଯୋଜକ ପୁଣ୍ୟଶ୍ଳୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories