www.samajalive.in
Sunday, December 7, 2025
14.1 C
Bhubaneswar

ଓଡ଼ିଶାରେ ନାଗରିକ ସଂଶୋଧନ ଆଇନକୁ ଜୋରଦାର ବିରୋଧ

ଭୁବନେଶ୍ୱର: ନାଗରିକ ସଂଶୋଧନ ଆଇନକୁ ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ବିଧାନସଭା ଆଗରେ କଂଗ୍ରେସ ଓ ବାମଦଳ ସମେତ ଅନ୍ୟ ସଂଗଠନଗୁଡିକ ‘ଆମେ ଭାରତବାସୀ’ ମଞ୍ଚରେ ଏକାଠି ହୋଇ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନକାରୀମାନେ ରାମମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମଧ୍ୟ ଏକ ସଭା ଆୟୋଜନ ହୋଇଥିଲା।

- Advertisement -

ରାଜ୍ୟ ସରକାର ସଂଶୋଧିତ ନାଗରିକତା ଆଇନକୁ ସମର୍ଥନ କରିଥିବା ବେଳେ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରିବା ପ୍ରସଙ୍ଗ ଜୋର ଧରିଥିବା ବେଳେ ଶାହୀନବାଗ ଭଳି ପ୍ରଦର୍ଶନ ନ ହେଲେ କୌଣସି ସୁଫଳ ମିଳିବ ନାହିଁ ବୋଲି କହିବା ସହ ସେମାନେ ସରକାର ବିରୋଧୀ ସ୍ଲୋଗାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା।

ଆଜିର ପ୍ରଦର୍ଶନରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ବିକ୍ଷୋଭକାରୀଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକେ ଭାଗ ନେଇଥିଲେ। କଂଗ୍ରେସ ଓ ବାମଦଳ ଏହାର ନେତୃତ୍ୱ ନେଇଥିଲେ। ଏହି ସବୁ ଦଳ ଏବେ ଆମେ ଭାରତବାସୀ ବ୍ୟାନରରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ୧୯୫୫ରେ ଜାରି ହୋଇଥିବା ନାଗରିକତା ଆଇନରେ ସଂଶୋଧନ କରାଯିବ ପରେ ଦେଶବ୍ୟାପୀ ବିରୋଧ ଦେଖା ଦେଇଛି। ଏହି ଆଇନରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଧ, ଜୈନ, ପାର୍ସି ଏବଂ ଈସାଈମାନଙ୍କୁ ବିନା ପ୍ରମାଣରେ ନାଗରିକତା ଦେବା ବ୍ୟବସ୍ତା ରହିଛି। ତେବେ ମୁସଲମାନମାନଙ୍କୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories