www.samajalive.in
Wednesday, December 10, 2025
26.1 C
Bhubaneswar

୩ୟ ଟ୍ବେଣ୍ଟି-୨୦ : ନ୍ୟୁଜିଲାଣ୍ଡ ବିଜୟୀ ହେବାକୁ ହକ୍‌ଦାର ଥିଲା : କୋହଲି

ଭ୍ରମଣକାରୀ ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌କୁ ଭାରତୀୟ ଦଳ ସୁପର ଓଭରରେ ଜିତି ନେଇଛି। ତେବେ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଯେପରି ବ୍ୟାଟିଂ କଲେ ତାହାକୁ ଦୃଷ୍ଟିରେ ରଖି ଏହି ଦଳ ବିଜୟୀ ହେବାକୁ ହକ୍‌ଦାର ଥିଲା ବୋଲି ମତ ଦେଇଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି।
ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫ ୱିକେଟ୍ ବିନିମୟରେ ୧୭୯ ରନ୍‌ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଜିତିବା ସ୍ଥିତିରେ ରହିଥିଲା। ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲିୟମସନ୍‌ ୯୫ ରନ୍‌ କରି ଶେଷ ଓଭରରେ ଆଉଟ୍‌ ହୋଇଥିଲେ। ବିଜୟ ପାଇଁ ଶେଷ ଓଭରରେ ନ୍ୟୁଜିଲାଣ୍ଡ ଦଳ ୯ରନ୍ ଆବଶ୍ୟକ କରୁଥିବା ବେଳେ ୮ ରନ୍‌ କରିବାରୁ ମ୍ୟାଚ୍‌ ଟାଇ ହୋଇଥିଲା। ଶେଷ ବଲ୍‌ ସାମିଙ୍କୁ ୱର୍କର ପକାଇବାକୁ କୁହାଯାଇଥିଲା ବୋଲି କୋହଲି ସୂଚନା ଦେଇଛନ୍ତି। ମ୍ୟାଚ୍‌ ଟାଇ ରହିବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୧୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ଦଳ ତରଫରୁ ରୋହିତ ଶର୍ମା ଶେଷ ଦୁଇଟି ବଲ୍‌ରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ରୋହିତ ଶର୍ମା ଉଭୟ ମ୍ୟାଚ୍‌ ଓ ସୁପର ଓଭରରେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି କୋହଲି ମତ ଦେଇଛନ୍ତି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା ଶୁକ୍ରବାର ୱେଲିଙ୍ଗଟନ୍‌ରେ ଖେଳାଯିବ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories