www.samajalive.in
Sunday, December 14, 2025
26.1 C
Bhubaneswar

ଆରମ୍ଭ ହେଲା ୫ ଦିନିଆ ଗଙ୍ଗା ଯାତ୍ରା ; ଗଙ୍ଗା ସଫେଇ ଓ ଜୈବ ବିବିଧତାକୁ ଗୁରୁତ୍ବ

ବିଜନୋର(ୟୁପି) :  ନମାମି ଗଙ୍ଗେ ଅଭିଯାନ ଅଧୀନରେ ୫ଦିନିଆ ଗଙ୍ଗା ଯାତ୍ରା ସୋମବାରଠାରୁ ଉତ୍ତରପ୍ରଦେଶର ବିଜନୋର ଓ ବଲିଆରୁ ଆରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଏବଂ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆଁ ଉତ୍ତରପ୍ରଦେଶରେ ଗଙ୍ଗାର ପ୍ରବେଶସ୍ଥଳ ବିଜ୍‍ନୋରଠାରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ସେହିଭଳି ରାଜ୍ୟରୁ ଗଙ୍ଗାର ପ୍ରସ୍ଥାନସ୍ଥଳ ତଥା ଉତ୍ତରପ୍ରଦେଶର ପୂର୍ବଭାଗରେ ଥିବା ବଲିଆଠାରୁ ଏହି ଅଭିଯାନରେ ରାଜ୍ୟପାଳ ଆନନ୍ଦିବେନ୍‍ ପଟେଲ୍‍, କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସାମିଲ ହୋଇଥିଲେ । ବଲିଆଠାରେ ଗଙ୍ଗାନଦୀ ଉତ୍ତରପ୍ରଦେଶରୁ ପ୍ରସ୍ଥାନ କରିବା ପରେ ବିହାରରେ ପ୍ରବେଶ କରିଛି । ଏହି ୫ ଦିନିଆ ଯାତ୍ରାରେ ୮ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ମନ୍ତ୍ରୀ ସାମିଲ ହୋଇଥିଲେ । ଜାତୀୟ ଗଙ୍ଗା ସଫେଇ ଅଭିଯାନର ମହାନିର୍ଦ୍ଦେଶକ ରାଜୀବ ରଂଜନ ମିଶ୍ର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ପବିତ୍ର ଗଙ୍ଗାନଦୀର କୂଳରେ ଥିବା ଗ୍ରାମଗୁଡ଼ିକୁ ବିକାଶିତ ଏବଂ ସମୃଦ୍ଧ କରିବା ସହିତ ଜୈବ ବିବିଧତାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories