www.samajalive.in
Saturday, December 13, 2025
14.1 C
Bhubaneswar

ଚିଦାମ୍ବରମଙ୍କୁ ଗିରଫ କରିଥିବା ୭ ସିବିଆଇ ଅଧିକାରୀଙ୍କୁ ପୁଲିସ ପଦକ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ଗିରଫ କରିଥିବା ସିବିଆଇ ଡ଼ିଏସପି ରାମସ୍ଵାମୀ ପାର୍ଥସାରଥିଙ୍କ ସମେତ ଅନ୍ୟ ୬ ଜଣ ସିବିଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ମିଳିବ। ଗଣତନ୍ତ୍ର ଦିବସ ଅବସରରେ ସିବିଆଇର ୨୬ ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଧୀରେନ୍ଦ୍ର କୁମାର ଶୁକ୍ଲାଙ୍କୁ ଏହି ପଦକ ମିଳିବା ନେଇ ଜାରି ହୋଇଥିବା ବିଜ୍ଞପ୍ତିରୁ ଜଣାପଡିଛି।

ଏହି ତାଲିକାରେ ସିବିଆଇର ୩ଜଣ ପୁଲିସ ସୁପରିଟେଣ୍ଡେଣ୍ଟ, ୬ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ, ୨ଜଣ ଇନ୍ସପେକ୍ଟର, ୫ଜଣ ସହକାରୀ ଇନ୍ସପେକ୍ଟର, ୫ଜଣ ହେଡ଼ କନଷ୍ଟେବଳ, ୩ଜଣ କନଷ୍ଟେବଳ ଓ ଜଣେ ଅଫିସ ସୁପରିଟେଣ୍ଡେଣ୍ଟଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି। ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ରବି ନାରାୟଣ ତ୍ରିପାଠୀ ଓ ଆଣ୍ଟି କରପସନ ବ୍ୟୁରୋରେ କାର୍ଯ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ନାରାୟଣ ଚନ୍ଦ୍ର ସାହୁଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ମନୋନୀତ କରାଯାଇଛି।

- Advertisement -

ଡିଏସପି ରବି ନାରାୟଣ ତ୍ରିପାଠୀ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକମାତ୍ର ସିବିଆଇରେ ଅବସ୍ଥାପିତ ଅଫିସର। ୨୭ବର୍ଷ ଚାକିରୀ ମଧ୍ୟରେ ସେ କଲିକତା, ଧନବାଦ, ପଟନା, ଗାନ୍ଧିନଗର (ଗୁଜୁରାଟ), ଯୋଧପୁର୍ (ରାଜସ୍ଥାନ୍) କାର୍ଯ୍ୟରତ ଥାଇ ବହୁଚର୍ଚିତ ବିହାରର ଚାରା ଘୋଟାଲା, ଓଡିଶା ମୟୁରଭଂଜର ଗ୍ରାହମ୍ ସ୍ଟେନ୍ ମର୍ଡର କେସ୍, ଗୁଜୁରାଟ୍ ଜାମନଗର୍ ଇସକ୍ସ ୠକ୍ଟକ୍ସମର ମର୍ଡର କେସ୍, ଓଡିଶା ଚିଟ୍ ଫଣ୍ଡ୍ ଦୁର୍ନୀତି କେସ୍ ତଥା ଅନେକ ଆୟ ବହିର୍ଭୁତ ସମ୍ପତି ଏବଂ ଭ୍ରଷ୍ଟାଚାର୍ ସମ୍ଭନ୍ଧିତ କେସର ସଫଳ ଅନ୍ବେଷଣ କରିଥିଲେ। ସେ ସିବିଆଇରେ ୧୯୯୩ ମସିହାରେ ସବ୍ ଇନସପେକ୍ଟର ଭାବେ ଯୋଗଦାନ କରିଥିଲେ ଏବଂ ଟ୍ରେନିଂ ଶେଷରେ ସେ ସବୁଠାରୁ ଯୋଗ୍ୟ ଟ୍ରେନି କ୍ୟାଡେଟ ବିବେଚିତ ହୋଇଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories