www.samajalive.in
Saturday, December 13, 2025
26.1 C
Bhubaneswar

ୟୁରୋପୀୟ ସଂଘରୁ ଓହରିଲା ବ୍ରିଟେନ, ଚୁକ୍ତିରେ ସ୍ବାକ୍ଷର କଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ଲଣ୍ଡନ: ୟୁରୋପୀୟ ସଂଘ(ଇୟୁ)ରୁ ଓହରି ଯାଇଛି ବ୍ରିଟେନ। ଇୟୁରୁ ବାହାରିବା ଲାଗି ହୋଇଥିବା ଚୁକ୍ତିପତ୍ରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ସ୍ବାକ୍ଷର କରିଛନ୍ତି। ଚୁକ୍ତିପତ୍ରରେ ସ୍ବାକ୍ଷର କରିବା ସମୟରେ ଜନସନ୍‌ ଏହାକୁ ଏକ ବିରଳ ମୁହୂର୍ତ୍ତ ବୋଲି ଦର୍ଶାଇଥିଲେ। ଜନସନ୍‌ କହିଛନ୍ତି, ୟୁରୋପୀୟ ସଂଘରୁ ବାହାରିଯିବା ଲାଗି ୨୦୧୬ରେ ହୋଇଥିବା ଜନମତ ସଂଗ୍ରହର ଫଳାଫଳ ଶେଷରେ ଲାଗୁ ହେବାକୁ ଯାଉଛି। ଏହି ନିଷ୍ପତ୍ତି ଫଳରେ ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବର୍ଷ ବର୍ଷ ଧରି ଚାଲୁଥିବା ଯୁକ୍ତିତର୍କ ଏବଂ ବିବାଦ ହ୍ରାସ ପାଇବ ବୋଲି ଆଶା ରହିଛି। ଦିନକ ତଳେ ୟୁରୋପୀୟ ସଂଘର ନେତାମାନେ ମଧ୍ୟ ବ୍ରିଟେନକୁ ବାହାର କରିବା ଲାଗି ଉଦ୍ଦିଷ୍ଟ କାଗଜପତ୍ରରେ ସ୍ବାକ୍ଷର କରିଦେଇଥିଲେ। ଜାନୁୟାରୀ ଶେଷ ସୁଦ୍ଧା ବ୍ରିଟେନ ସମ୍ପୂର୍ଣ୍ଣ ଭାବେ ୟୁରୋପୀୟ ସଂଘରୁ ବାହାରିଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories