www.samajalive.in
Saturday, December 13, 2025
26.1 C
Bhubaneswar

୧୮ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକ : ପୁଣି ଜବତ ହେଲା ବ୍ରାଉନସୁଗାର । ଭଦ୍ରକ ଜିଲା ବଙ୍କ ସାହି ସ୍ଥିତ ଭଦ୍ରକ ଜିଲ୍ଲା ସ୍କୁଲ ଗେଟ୍ ନିକଟରେ ଥିବା ଏକ ଘରେ ଚଢ଼ାଉ କରି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶୁକ୍ରବାର ୧୮ ଗ୍ରାମ ବ୍ରାଉସୁଗାର ଜବତ କରିଥିବା ଜଣାପଡ଼ିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଛି ।
ସୂଚନା ଅବନୁସାରେ, ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଭଦ୍ରକ ଜିଲ୍ଲା ବଙ୍କ ସାହି ସ୍ଥିତ ଭଦ୍ରକ ଜିଲ୍ଲାସ୍କୁଲ ଗେଟ ନିକଟରେ ଏକ ଘରେ ଚଢ଼ାଉ କରିଥିଲେ । ଘର ଭିତରେ ଥିବା ୧୮ ଗ୍ରାମ ବ୍ରାଉନସୁଗାରକୁ ଜବତ କରିବା ସହ ବେପାର କରୁଥିବା ହରିଶ ଚନ୍ଦ୍ର ମହାନ୍ତି ଓରଫ ଲୁଲିଆକୁ ଗିରଫ କରିଛି । ଦୀର୍ଘଦିନ ଧରି ବ୍ରାଉନସୁଗାର ବେପାରୀ ହରିଶକୁ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଖୋଜୁଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories