www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ନେପାଳ ଆଗ୍ରହୀ

କାଠମାଣ୍ଡୁ: କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪ ଥର ପ୍ରସ୍ତାବ ଦେବା ପରେ ଏବେ ନେପାଳ ପକ୍ଷରୁ ଅନୁରୂପ ପ୍ରସ୍ତାବ ଦିଆଯାଇଛି। କାଶ୍ମୀର ଏବଂ ସୀମାପାର ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଲାଗି ନେପାଳ ସରକାର ପ୍ରସ୍ତୁତ ଥିବା ସ୍ଥାନୀୟ ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବ୍ୟାପକ ହେବାରେ ଲାଗିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଏହି ପଦକ୍ଷେପ ପରେ ପାକିସ୍ତାନ ଭାରତ ସହିତ ସମସ୍ତ ପ୍ରକାର କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିଛି। ଦୁଇ ଦେଶର ବିବାଦ ମଧ୍ୟରେ ହସ୍ତକ୍ଷେପ କରିବାକୁ ଟ୍ରମ୍ପ ବାରମ୍ଭାର ପ୍ରସ୍ତାବ ଦେଇଆସୁଥିବାବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଏହା ମଧ୍ୟରେ ନେପାଳ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏବଂ ଆଲୋଚନା ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦ ସମାଧାନର ଉତ୍ତମ ବାଟ। ଦୁଇ ଦେଶ ମଧ୍ୟରେ ଭିନ୍ନ ପ୍ରସଙ୍ଗକୁ ନେଇ ଭିନ୍ନ ମତ ରହିଥାଇପାରେ, କିନ୍ତୁ ତାହା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ଯଦି ଆବଶ୍ୟକ ପଡ଼େ ଆମେ ଏଥିରେ ମଧ୍ୟସ୍ଥତା ଭୂମିକା ଗ୍ରହଣ କରିପାରିବୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories