www.samajalive.in
Sunday, December 14, 2025
26.1 C
Bhubaneswar

୭ ଲଶ୍କର ସହଯୋଗୀ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଜାମ୍ମୁ: ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ବାନ୍ଦିପୋରାର ହାଜିନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ସହଯୋଗୀ ଭାବେ କାମ କରୁଥିବା ୭ ଓଭର ଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲୁ)ଙ୍କୁ ସେନା ଗିରଫ କରିଛି। ସେମାନଙ୍କଠାରୁ ୨ଟି ବନ୍ଧୁକ, ୬ଟି ଗ୍ରେନେଡ, ୨ଟି ୱାୟାରଲେସ୍‌ ସେଟ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପଚରାଉଚରା ଜାରି ରହିଛି।

ଓଜିଡବ୍ଲ୍ୟୁ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିଥାନ୍ତି। କିନ୍ତୁ ଗୁପ୍ତରେ ସେମାନେ ଆତଙ୍କବାଦୀଙ୍କ ପାଇଁ କାମ କରନ୍ତି। କୌଣସି ଆତଙ୍କୀ ଘଟଣାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀମାନଙ୍କ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତି। ସେମାନେ ସୁରକ୍ଷାକର୍ମୀମାନଙ୍କ ସମ୍ପର୍କରେ ଆତଙ୍କବାଦୀଙ୍କୁ ସୂଚନା ଦେଇଥାନ୍ତି। ଏହା ସହିତ ସେମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ଟଙ୍କା ଏବଂ ସୁରକ୍ଷିତ ଠିକଣାର ବନ୍ଦୋବସ୍ତ କରନ୍ତି। ତେଣୁ ଆତଙ୍କବାଦୀଙ୍କ ଭଳି ଓଜିଡବ୍ଲ୍ୟୁ ସେନା ପାଇଁ ବଡ଼ ଚ୍ୟାଲେଞ୍ଜଠାରୁ କମ୍‌ ହୋଇ ନ ଥାନ୍ତି।

- Advertisement -

ସୂରକ୍ଷା ସଂସ୍ଥା ସୂଚନା ଅନୁସାରେ, ଘାଟିରେ ବର୍ତ୍ତମାନ ୩୦୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି। ମାତ୍ର ଓଜିଡବ୍ଲ୍ୟୁଙ୍କ ସଂଖ୍ୟା ୬ ହଜାରରୁ ଅଧିକ। ଏହି ଓଜିଡବ୍ଲ୍ୟୁମାନେ ଆତଙ୍କବାଦୀଙ୍କୁ ସହାୟତା କରିବା ସହିତ ଘାଟିରେ ହିଂସା ଏବଂ ପଥରମାଡ଼କୁ ପ୍ରୋତ୍ସାହିତ କରିଥାନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories