www.samajalive.in
Saturday, December 13, 2025
17.1 C
Bhubaneswar

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ; ଲୁଟି ନେଲେ ୩୦ ଭରି ସୁନା ୪୦ ହଜାର ଟଙ୍କା

ବଲାଙ୍ଗୀର : ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଲୁଟେରାମାନେ ମାନେ ୩୦ ଭରି ସୁନା , ୪୦ ହଜାର ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ଖବର ପାଇ ବିଳମ୍ବିତ ରାତିରେ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆଜି ସକାଳେ ବଲାଙ୍ଗୀର ଏସଡ଼ିପିଓ, ଡ଼ଗ ସ୍କ୍ୱାର୍ଡ଼, ସାଇଣ୍ଟିଫିକ ଟିମ ପହଞ୍ଚିଛନ୍ତି। ଏହାସହ ଉଜ୍ଜ୍ୱଳଙ୍କ ଘର ସମ୍ମୁଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି। ସୂଚନା ଯୋଗ୍ୟ, ପ୍ରାୟ ୧୩ ଜଣ ଦୁର୍ବୃତ୍ତ ଗୁରୁବାର ରାତି ପ୍ରାୟ ୧୧ଟା ୩୦ରେ ଉଜ୍ଜଳଙ୍କ ଘର ଭିତରକୁ ବିଭିନ୍ନ ମାରଣାସ୍ତ୍ର, ଠେଙ୍ଗା, ପିସ୍ତଲ ଆଦି ଧରି ପ୍ରବେଶ କରିଥିଲେ। ଉଜ୍ଜଳଙ୍କ ସହ ତାଙ୍କର ପରିବାରର ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ କିଛି ଦୁର୍ବୃତ୍ତ ଗାଁର ଅନ୍ୟ ଲୋକଙ୍କ ଘର ସମ୍ମୁଖରେ ଜଗି ରହି ସେମାନଙ୍କୁ ଭୟଭୀତ କରାଇଥିଲେ, ଯେପରି ସେମାନେ ଉଜ୍ଜ୍ୱଳଙ୍କ ପରିବାରକୁ ସାହାଯ୍ୟ ନକରିପାରିବେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories