www.samajalive.in
Saturday, December 13, 2025
17.1 C
Bhubaneswar

ସମୁଦ୍ରକୂଳରେ ମୃତ ଅଲିଭ୍‌ରିଡ୍‌ଲେ, ସୁରକ୍ଷା ଉପରେ ପ୍ରଶ୍ନବାଚୀ

ଛତ୍ରପୁର: ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଗଞ୍ଜାମ ଜିଲାରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ହୋଇଥିବା ବ୍ୟବସ୍ଥା ପ୍ରହସନ ପାଲଟିଛି, ଯାହାର ଏକ ନମୁନା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅଧୀନ କଂଟିୟାଗଡ଼ ସମୁଦ୍ର କୂଳରେ। ଏଠାରେ ଏକାଧିକ ଅଲିଭ୍‌ରିଡ୍‌ଲେଙ୍କ ମୃତଦେହ ଦେଖିବାକୁ ମିଳିଛି। ଏପରି କି ବନ ବିଭାଗ ପକ୍ଷରୁ ଉକ୍ତ ମୃତ କଇଁଛ ଗୁଡ଼ିକୁ ପୋତାଯାଉ ନ ଥିବାରୁ ସମୁଦ୍ରକୂଳ ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେଉଛି।

- Advertisement -

ସମୁଦ୍ରକୂଳ ନିକଟରେ ବନ ବିଭାଗ ପକ୍ଷରୁ ଅଲିଭରିଡ୍‌ଲେଙ୍କ ସୁରକ୍ଷା ଲାଗି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। କିନ୍ତୁ ସେଠାରେ କୌଣସି କର୍ମଚାରୀ ରହୁ ନ ଥିବା ଦେଖାଯାଇଛି। ଗତଥର କୌଣସି କାରଣ ବଶତଃ ଅଲିଭ୍‌ରିଡେଲ  ଅଣ୍ଡା ଦେବା ପାଇଁ ଆସି ନ ଥିବା ବେଳେ ଚଳିତ ଥର ଆସିବାର ସମ୍ଭବନା ରହିଛି। ଏହି ଦୃଷ୍ଟି ରୁ ସମୁଦ୍ର କୂଳ ସଫା ରଖିବା ଲାଗି ବନ ବିଭାଗକୁ କୁହାଯାଇଥିବା ବେଳେ ଦୃଶ୍ୟ କିନ୍ତୁ ଭିନ୍ନ ରହିଛି। ଏହି ଅଞ୍ଚଳରେ ସମୁଦ୍ରକୂଳ ଅଳିଆ ଆବର୍ଜନାରେ ଭରି ରହିଛି। କୁଢ଼ କୁଢ଼ ମଇଳା ସମୁଦ୍ରକୂଳର ପରିବେଶକୁ ନଷ୍ଟ କରିଦେଇଛି। ବହୁ ସଂଖ୍ୟାରେ ଅଲିଭରିଡ୍‌ଲେ ସମୁଦ୍ରରେ ମୃତ୍ୟୁବରଣ କରି କୂଳରେ ଆସି ଲାଗୁଛନ୍ତି। ସମୁଦ୍ରକୂଳରୁ ୫ କିଲୋମିଟର ଭିତରେ ଟ୍ରଲର ଚଳପ୍ରଚଳ ଉପରେ କଟକଣା ରହିଥିଲେ ହେଁ ଏହି ଅଞ୍ଚଳରେ ତାହାର ତଦାରଖ ହେଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଟ୍ରଲର ମାଡ଼ରେ ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ ଘଟୁଥିବା ସେମାନେ କହିଛନ୍ତି।

ସମୁଦ୍ରକୂଳରେ ବଟେଶ୍ୱର ମନ୍ଦିର ରହିଥିବାରୁ ବହୁ ମାତ୍ରlରେ ପ୍ରଯ୍ୟଟକ ଆସିଥାନ୍ତି। ସେମାନେ ସମୁଦ୍ରକୂଳ ବୁଲିବାକୁ ଯାଉଥିବାବେଳେ ପୁତିଗନ୍ଧମୟ ପରିବେଶ ସେମାନଙ୍କ ମନରେ ନକରାତ୍ମକ ଭାବନା ସୃଷ୍ଟି କରୁଛି। ଫଳରେ ସେଠାକାର ସ୍ଥାନୀୟ ଲୋକମାନେ ନିଜେ ଗାତ ଖୋଳି କଇଁଛଙ୍କୁ ପୋତୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ସରପଞ୍ଚ ଦିଲୀପ ଛୋଟରାୟ କୁହନ୍ତି, ସମୁଦ୍ରକୂଳ ଅଞ୍ଚଳକୁ ସଫାସୁତୁରା ରଖିବା ସହିତ ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଏବଂ ମେରାଇନ ପୁଲିସ ମିଳିତ ହୋଇ ପାଟ୍ରୋଲିଂ କରିବା ଆବଶ୍ୟକ। ଜିଲା ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଜରୁରୀ। ସୂଚନାଯୋଗ୍ୟ, ଋଷିକୂଲ୍ୟା ମୁହାଣର ଜଳବାୟୁ ଉପଯୁକ୍ତ ଥିବାରୁ ଅଲିଭ୍‌ରିଡ୍‌ଲେ କଇଁଛମାନେ ବହୁସଂଖ୍ୟାରେ ଏଠାକୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories