www.samajalive.in
Saturday, December 13, 2025
21.1 C
Bhubaneswar

‘ସମାଜ’ ଶତବାର୍ଷିକୀ ସାଂସ୍କୃତିକ ସମାରୋହର ଉଦଯାପନ ଉତ୍ସବ

ଡେସ୍କ: ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେଉଛି ଶତାୟୁ ‘ସମାଜ’ର ଶତବାର୍ଷିକୀ ସାଂସ୍କୃତିକ ସମାରୋହର ଉଦଯାପନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଲୋକସେବକ ମଣ୍ଡଳର ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର କୋଷାଧକ୍ଷ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥ, ଦିଲ୍ଲୀ ମଣ୍ଡଳର ଅଧ୍ୟକ୍ଷ ରାଜକୁମାର, ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଏବଂ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି।

ଏହି କାର୍ଯ୍ୟକ୍ରମ ଉଭୟ www.youtube.com କିମ୍ବା samajalive.inରେ ଦେଖିବା ପାଇଁ କ୍ଲିକ କରନ୍ତୁ https://youtu.be/pz34nrOJgcw

- Advertisement -

https://youtu.be/pz34nrOJgcw

ଆଵାହ ସଂଗୀତ ପରିବେଷଣ ପରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଞ୍ଜନ ରଥ ଅତିଥି ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ମଂଚାସୀନ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ସେଦିନ ସମାଜ ଓ ଆଜିର ସମାଜ ସବୁବେଳେ ସତ୍ୟ ପଥରେ ଆଗେଇ ଚାଲିଛି – ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ନିଜ ବକ୍ତବ୍ୟ ରଖି କହିଛନ୍ତି ଯେ ସମାଜ ଆତ୍ମପ୍ରକାଶ କରିବା ଦିନ ଠାରୁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି। ସେ କହିଛନ୍ତି ଯେ ସମାଜ ହେଉଛି ଓଡ଼ିଶାର ପ୍ରତିଫଳନ। ସମାଜ ଏକ ଖବରକାଗଜ ନୁହେଁ, ଏକ ଆନ୍ଦୋଳନ। ଗୋପବନ୍ଧୁଙ୍କ ଏକ ମାତ୍ର ଇଛା ଜନମତକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରକାଶିତ ସମାଜ ଆଜି ଅନେକ ଖବରକାଗଜ ମଧ୍ୟରେ ଓଡ଼ିଆ ଜାତିର ଦର୍ପଣ ରୂପେ ଉଭା ହୋଇପାରିଛି ବୋଲି ସେ କହିଛନ୍ତି। ନିଜ ସ୍କୁଲ ଦିନର କଥା ମନେ ପକାଇ ସେ କହିଛନ୍ତି ଯେ ସେଦିନ ସମାଜ ଓ ଆଜିର ସମାଜ ସବୁବେଳେ ସତ୍ୟ ପଥରେ ଆଗେଇ ଚାଲିଛି।

ସମାଜ ପାଖରେ ଥିବା ପୁଞ୍ଜି ହେଉଛି ଓଡିଶାବାସୀଙ୍କ ଆଶୀର୍ବାଦ – ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ

ଲୋକସେବକ ମଣ୍ଡଳର ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ଆଜିର ଉତ୍ସବରେ ଯୋଗ ଦେଇ କହିଛନ୍ତି, ସମାଜ ପାଖରେ ଥିବା ପୁଞ୍ଜି ହେଉଛି ଓଡିଶାବାସୀଙ୍କ ଆଶୀର୍ବାଦ। ସମାଜ ଶତବାର୍ଷିକୀ ଅବସରରେ ଏକତାର ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ ଆଜି ସବୁ ରାଜ୍ୟର ସାଂସ୍କୃତିକ ପରିଚୟ ସମସ୍ତଙ୍କୁ ଆନନ୍ଦିତ କରିପାରିଛି ବୋଲି ସେ କହିଛନ୍ତି। ସେ ଆହ୍ୱାନ ଦେଇ କହିଛନ୍ତି ଯେ ଯଦି ଆମେ ନିର୍ଭିକ, ସତ୍ୟ ଏବଂ ସମାଜର ସବୁଠାରୁ ଅବହେଳିତ ଲୋକର ସମସ୍ୟାକୁ ସାମ୍ନାକୁ ଆଣିପାରିବା ତେବେ ଆସନ୍ତା ଶହେ ବର୍ଷ ପାଇଁ ସମାଜ କାମ କରି ଚାଲିଥିବ।

ସମାଜ କଥା ମନକୁ ଆସିଲେ ଗୋପବନ୍ଧୁଙ୍କ କଥା ମନକୁ ଆସେ, ସେବା ଓ ତ୍ୟାଗର କଥା ମନକୁ ଆସେ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ନିଜ ଖୁସି ଜାହିର କରି ସମାଜ ସହ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ମଧ୍ୟ ସମାଜ ଏକ ଆଗୁଆ ଖବରକାଗଜ ଭାବେ ଲୋକମାନଙ୍କ ସୁବିଧା ଅସୁବିଧା ଟିକିନିଖି ଭାବେ ପ୍ରକାଶ କରୁଛି। ସମାଜର ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିବା ସହ କହିଛନ୍ତି, ସମାଜ କଥା ମନକୁ ଆସିଲେ ଗୋପବନ୍ଧୁଙ୍କ କଥା ମନକୁ ଆସେ, ସେବା ଓ ତ୍ୟାଗର କଥା ମନକୁ ଆସେ। କଲା ଓ ସଂସ୍କୃତିର ପ୍ରସାର ପାଇଁ ଏଭଳି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇ କହିଛନ୍ତି, ସମାଜ ଏହି ଭଳି ଲୋକମାନଙ୍କ ସହ ସବୁଦିନ ପାଇଁ ରହିଥିବ।

ଶତାୟୁ ‘ସମାଜ’ର ଶତବାର୍ଷିକୀ ସାଂସ୍କୃତିକ ସମାରୋହର ଉଦଯାପନ ଉତ୍ସବରେ ବିଶିଷ୍ଟ ନାଟ୍ୟକାର କାର୍ତ୍ତିକ ରଥଙ୍କୁ ମରଣୋତ୍ତର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସ୍ବର୍ଗତ କାର୍ତ୍ତିକ ରଥଙ୍କ ପୁତ୍ର ଶିଳାଦିତ୍ୟ ରଥ ଏବଂ କନ୍ୟା ଅନୁରୂପା ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।

 

 

 

 

 

 

ଅନୁଷ୍ଠିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଶେଷରେ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories