www.samajalive.in
Monday, December 8, 2025
13.1 C
Bhubaneswar

ମୌନୀ ଅମାବାସ୍ୟାରେ କରନ୍ତୁ ସ୍ନାନ ଓ ଦାନ, ମିଳିବ ଅମାପ ପୁଣ୍ୟ

ମୌନୀ ଅମାବାସ୍ୟାରେ ପବିତ୍ର ନଦୀ ବା ଗଙ୍ଗା ନଦୀରେ ସ୍ନାନ କରିବାର ଅନେକ ମହତ୍ତ୍ବ ରହିଥିବା ବେଳେ ଅମାପ ପୁଣ୍ୟ ପ୍ରାପ୍ତି ​‌ହୋଇଥାଏ ବୋଲି ବିଶ୍ବାସ ରହିଛି। କିନ୍ତୁ ଯଦି ଆପଣ କୌଣସି କାରଣରୁ ପବିତ୍ର ନଦୀରେ ସ୍ନାନ କରିପାରୁ ନାହାନ୍ତି ତେବେ ସ୍ନାନ ଜଳରେ ଗଙ୍ଗାଜଳ ମିଶାଇ ସକାଳ ସମୟରେ ସ୍ନାନ କରନ୍ତୁ। ଏହା ପବିତ୍ର ନଦୀ ବା ଗଙ୍ଗା ନଦୀରେ ସ୍ନାନ ସହ ସମାନ ହୋଇଥାଏ ବୋଲି ଜ୍ୟୋର୍ତିବିଦ୍ ମତ ଦିଅନ୍ତି। ଏହା ଦ୍ବାରା ଶାରୀରିକ, ଭୌତିକ ଏବଂ ଦୈବିକ ତିନି ପ୍ରକାରର ପାପ କ୍ଷୟ ହୋଇଥାଏ। ସକାଳ ସମୟରେ ଗଙ୍ଗାଜଳରେ ସ୍ନାନ କରିବା ଦ୍ବାରା ଗଙ୍ଗା ମା’ଙ୍କ କୃପାରୁ ସବୁ କଷ୍ଟ ଦୂର ହୋଇଥାଏ।

ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇ ତୁଳସୀ ବୃକ୍ଷକୁ ପୂଜା କରନ୍ତୁ। ପୂଜା ସୟମରେ ତୁଳସୀ ବୃକ୍ଷକୁ ୭ଥର ପରିକ୍ରମା କରନ୍ତୁ। ଏହା ଦ୍ୱାରା ଦରିଦ୍ରତା ନାଶ ହୁଏ। ଏହି ଦିନ ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର, କଳା ରାଶି, ମିଶ୍ରୀ, ଚାଉଳ ଏବଂ ଧଳା ଫୁଲ ଦକ୍ଷିଣ ଦିଗକୁ ମୁହିଁ କରି ଅର୍ପଣ କରନ୍ତୁ। ଏହା ସହ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

- Advertisement -

ମୌନୀ ଅମାବାସ୍ୟାରେ କ’ଣ କରିବେ ଦାନ

ମୌନୀ ଅମାବାସ୍ୟାରେ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ତ୍ରିବେଣୀ ଘାଟ ବା କୌଣସି ପବିତ୍ର ନଦୀର ନାମକୁ ସ୍ମରଣ କରି ଗରିବ ବ୍ୟକ୍ତି ବା ଗରିବ ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ପାପ କ୍ଷୟ ହୋଇଥାଏ। ଏହା ସହ ଜୀବନରେ ଦେଖା ଦେଉଥିବା ସମସ୍ତ ବାଧା-ବିଘ୍ନ ଦୂର ହେବା ସହ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ସହ ଗରିବ ଲୋକଙ୍କୁ ଭୋଜନ, ବସ୍ତ୍ର, ଔଷଧ ଏବଂ ବାସନକୁସନ ଆଦି ଦାନ କରିବା ଉଚିତ୍। ଅଟା ଗୁଳା କରି ମାଛକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଆର୍ଥିକ ଅନଟନ ଦୂର ହୋଇଥାଏ। ମୌନୀ ଅମାବାସ୍ୟା ଦିନ ଚଢେଇଙ୍କୁ ଚିନି ମିଶା ଅଟା ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ପାପକ୍ଷୟ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ମୁକ୍ତି ଓ ମୋକ୍ଷ ପ୍ରାପ୍ତି ପାଇଁ ଗାଈ ଦାନ କରନ୍ତୁ।
ଆର୍ଥିକ ସମୃଦ୍ଧି ପାଇଁ ଭୂମି ଦାନ କରନ୍ତୁ।
ଗ୍ରହ-ନକ୍ଷେତ୍ର ସହ ଜଡିତ ସମସ୍ୟା ଦୂର ପାଇଁ କଳା ରାଶି ଦାନ କରନ୍ତୁ।
ରୋଗ ଓ ଋଣରୁ ମୁକ୍ତି ପାଇଁ ସୁନା ଦାନ କରନ୍ତୁ।
ପାରିବାରିକ ଜୀବନରେ ସୁଖ ସମୃଦ୍ଧି ପାଇଁ ପାତ୍ର ସହିତ ଘିଅ ଦାନ କରନ୍ତୁ।
କୌଣସି ପ୍ରକାରର ବାଧା ବା ସମସ୍ୟା ଦୂର ପାଇଁ ଲୁଣ ଦାନ କରନ୍ତୁ।
ବଂଶ ବୃଦ୍ଧି ଏବଂ ସନ୍ତାନର ଉନ୍ନତି ପାଇଁ ଚାନ୍ଦି ଦାନ କରନ୍ତୁ।

ମୌନୀ ଅମାବସ୍ୟା ଦିନ ଯଦି ପୁରା ଦିନ ମୌନ ରହିବା ସମ୍ଭବପର ନୁହେଁ, ତେବେ ଦିନର କିଛି ଘଣ୍ଟା ମୌନ ରହିବାର ସଙ୍କଳ୍ପ ନିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ଏବଂ ପ୍ରସନ୍ନତା ମିଳିବ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories