ଖୋର୍ଦ୍ଧା: ନିରାକାରପୁର ଥାନା ଖଜୁରିଆ ଗାଁରେ ସଂଘବଦ୍ଧ ଆକ୍ରମଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରିଆ ଗାଁର ସନ୍ତୋଷ ପାତ୍ର। ଏଥିସହ ଏହି ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ୪ ଯୁବକ ଗାଁ ଛକରେ ବସିଥିବାବେଳେ ବଡଙ୍ଗରା ଗ୍ରାମର କେତେଜଣ ଯୁବକ ସେଠାରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିବା କୁହାଯାଇଛି। ଅପରପକ୍ଷରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ନୂଆ ଜଗନ୍ନାଥ ସଡ଼କ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି।
Popular Categories



