www.samajalive.in
Wednesday, December 10, 2025
16.1 C
Bhubaneswar

ବେଜୋସଙ୍କ ବିଚ୍ଛେଦ ପଛରେ ସାଉଦୀ ପ୍ରିନ୍ସ ! ଫୋନ ହ୍ୟାକ୍‌ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ ଆମାଜନ ପ୍ରତିଷ୍ଠାତା

ୱାଶିଂଟନ: ସାଉଦୀ ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ମୋବାଇଲ ଫୋନ ହ୍ୟାକ୍‌ କରିଥିଲେ। ସଲମାନଙ୍କ ଦ୍ବାରା ପଠାଯାଇଥିବା ଏକ ମେସେଜ ଜରିଆରେ ବେଜୋସଙ୍କ ଫୋନ ହତ୍ୟା କରାଯାଇଥିଲା ବୋଲି ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିୟନ’ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଖବରକାଗଜରେ ଉଲ୍ଲେଖ କରାଯାଇଛି ଯେ, ଡିଜିଟାଲ ଫରେନ୍‌ସିକ୍‌ ବିଶ୍ଳେଷଣରୁ ଜଣାଯାଇଛି ଯେ, ୨୦୧୮ରେ ଆମାଜନ ମୁଖ୍ୟ ଜେଫ ବେଜୋସଙ୍କ ଫୋନରୁ ତଥ୍ୟ ଚୋରି ହୋଇଥିଲା। ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ହ୍ବାଟ୍ସଆପରୁ ପଠାଯାଇଥିବା ଏକ ଭାଇରସ୍‌ଯୁକ୍ତ ଭିଡିଓ ଫାଇଲ ଜରିଆରେ ଏହି ତଥ୍ୟ ଚୋରି ହୋଇଥିଲା। ବେଜୋସଙ୍କ ଫୋନରୁ କେଉଁ ତଥ୍ୟ ଚୋରି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ, କିନ୍ତୁ ବେଜୋସ ଏବଂ ତାଙ୍କ ପତ୍ନୀ ମ୍ୟାକେଞ୍ଜିଙ୍କ ତଲାକ୍‌ର ଏକ ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଭାବେ ଏହି ରିପୋର୍ଟ ମିଳିଥିବା ଗାର୍ଡିୟନ ଉଲ୍ଲେଖ କରିଛି।

- Advertisement -

ଉଲ୍ଲେଖଯୋଗ୍ୟ, ବେଜୋସ ବିବାହର ୨୫ ବର୍ଷ ପରେ ତାଙ୍କ ପତ୍ନୀ ମ୍ୟାକେଞ୍ଜିଙ୍କଠାରୁ ତଲାକ୍‌ ନେଇଥିଲେ। ସେତେବେଳେ ଆମେରିକୀୟ ଖବରକାଗଜ ‘ନ୍ୟାଶନାଲ ଏନକ୍ବାୟାର’ ଜେଫ ବେଜୋସ ଏବଂ ପୂର୍ବତନ ଟିଭି ଉପସ୍ଥାପିକା ଲରେନ ସାଞ୍ଚେଜଙ୍କ ମଧ୍ୟରେ ଥିବା ସମ୍ପର୍କର ପର୍ଦ୍ଦାଫାଶ କରିଥିଲା। ବେଜୋସ ଲରେନଙ୍କୁ ଅନେକ ଅନ୍ତରଙ୍ଗ ମେସେଜ କରିଥିବା ନ୍ୟାଶନାଲ ଏନକ୍ବାୟାର ଉଲ୍ଲେଖ କରିଥିଲା। ଏହା ପରେ ବେଜୋସ ଏବଂ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଥିଲେ।

ତେବେ ‘ନ୍ୟାଶନାଲ ଏନକ୍ବାୟାର’ର ଏହି ରିପୋର୍ଟ ପୂର୍ବରୁ ସାଉଦୀ ଆରବ ସରକାର ବେଜୋସଙ୍କ ଫୋନରୁ ତଥ୍ୟ ଚୋରି କରିନେଇଥିଲା ବୋଲି ବେଜୋସଙ୍କ  ସୁରକ୍ଷା ପରାମର୍ଶଦାତା ଗେବିନ ଡେ ବେକର କହିଛନ୍ତି। ସେ କହିଛନ୍ତି, ସାଉଦୀ ସହିତ ନ୍ୟାଶନାଲ ଏନକ୍ବାୟାରର ବ୍ୟବସାୟିକ ସମ୍ପର୍କ ରହିଛି। ଏହା ସହିତ ବେଜୋସଙ୍କ ଖବରକାଗଜ ‘ୱାଶିଂଟନ ପୋଷ୍ଟ’ ସାଉଦୀ ଶାସନର ସମାଲୋଚକ ଜମାଲ ଖଶୋଗୀଙ୍କ ହତ୍ୟାର ଟିକିନିଖି ଖବର ପ୍ରକାଶ କରିଥିଲା। ଏହି କାରଣରୁ ସାଉଦୀ ପ୍ରିନ୍ସ ବେଜୋସଙ୍କ ଛବି ଖରାପ କରିବା ଲାଗି ଫୋନ୍‌ ହ୍ୟାକ୍‌ କରି ତଥ୍ୟ ଚୋରି କରିଥାଇପାରନ୍ତି ବୋଲି ବେକର କହିଛନ୍ତି। ଏହି ତଥ୍ୟ ଆଧାରରେ ନ୍ୟାଶନାଲ ଏନ୍‌କ୍ବାୟାର ବେଜୋସ ଏବଂ ଲରେନ୍‌ଙ୍କ ମଧ୍ୟରେ ଥିବା ସମ୍ପର୍କର ଖୁଲାସା କରିଥିବା କୁହାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories