ରାଉରକେଲା : ରାଉକେଲା ରାଜଗାଙ୍ଗପୁର ରମାବାହାଲ ଛକ ବିଜୁ ଏକ୍ସପ୍ରେସ ୱେରେ ବୁଧବାର ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଉରକେଲାରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ରହିଛନ୍ତି। ସୂଚନା ଯୋଗ୍ୟ, ରମାବାହାଲ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ସ୍କର୍ପିଓକୁ କାର ଧକ୍କା ଦେଇ ରାସ୍ତା କାମରେ ନିୟୋଜିତ ଶ୍ରମିକଙ୍କ ଉପରେ ଚଢିଯିବାରୁ ପ୍ରଥମେ ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଥିଲା। ଅନ୍ୟ ୨ ମହିଳା ଶ୍ରମିକ ଗୁରୁତର ହୋଇଥିଲେ। ଏହାସହ କାରରେ ଥିବା ୩ ଜଣ ଓ ସ୍କର୍ପିଓରେ ଥିବା ୩ ଜଣ ମଧ୍ୟ ଗୁରୁତର ହୋଇଥିଲେ। ଡ଼ିଭାଇଡ଼ର ଟପି ସ୍କର୍ପିଓକୁ କାରଟି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Popular Categories



