www.samajalive.in
Saturday, December 13, 2025
21.1 C
Bhubaneswar

ଜୀବନ ବଞ୍ଚାଇଥିବା ଡାକ୍ତରଙ୍କୁ ଦେଖି ଆତ୍ମବିଭୋର ହେଲେ ବୃଦ୍ଧା, ଭିଡିଓ ଭାଇରାଲ

ଭଦ୍ରକ: କୁହାଯାଏ ଭଗବାନଙ୍କ ଦ୍ବିତୀୟ ଅବତାର ହେଉଛି ଡାକ୍ତର। ଭଗବାନ ଗୋଟିଏ ଜନ୍ମ ଦେଇ ଧରିତ୍ରୀ ପୃଷ୍ଠକୁ ପଠାଇଥାନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ ଜନିତ ସମସ୍ୟା ଦୂର କରି ଡାକ୍ତର ତାଙ୍କୁ ଦ୍ବିତୀୟ ଜନ୍ମ ଦେଇଥାଏ। ସେହି ଡାକ୍ତର ରୂପରେ ଦ୍ବିତୀୟ ଭଗବାନଙ୍କୁ ପାଇ ଆତ୍ମବିଭୋର ହୋଇ ପଡିଛନ୍ତି ଜଣେ ବୃଦ୍ଧା। ଯାହାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବୃଦ୍ଧା ଜଣଙ୍କ ଡାକ୍ତରଙ୍କୁ ଆଲିଙ୍ଗନ କରୁଛନ୍ତି। ଖୁସୀରେ ଆତ୍ମବିଭୋର ହୋଇ ବୃଦ୍ଧା ଜଣଙ୍କ ବହୁତ କଥା ମଧ୍ୟ ଗପୁଛନ୍ତି। ଡାକ୍ତର ମଧ୍ୟ ବୃଦ୍ଧାଙ୍କ ସବୁ କଥା ଶୁଣିବା ସହ ତାଙ୍କୁ ଆଲିଙ୍ଗନ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚରମ୍ପା ଅଞ୍ଚଳର ଜଣେ ବୃଦ୍ଧା ଦୀର୍ଘ ୪ ବର୍ଷ ପୂର୍ବେ ଅସ୍ଥିଶଲ୍ୟ ରୋଗରେ ପୀଡିତ ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଆର୍ଯ୍ୟ ମିଶ୍ର ତାଙ୍କୁ ଚିକିତ୍ସା କରି ସମ୍ପୂର୍ଣ୍ଣ ସୁସ୍ଥ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories