www.samajalive.in
Saturday, December 6, 2025
19.1 C
Bhubaneswar

ମଙ୍ଗଳବାର ରାଶିଫଳ ୨୧।୦୧।୨୦୨୦

ମେଷ: ପର ଚର୍ଚ୍ଚା କରିପାରନ୍ତି। ସାମାନ୍ୟ ଦେହ ପୀଡ଼ା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯାନବାହାନ ଚଳାଚଳରେ ସତର୍କତା ଆବଶ୍ୟକ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଜଳଯାତ୍ରା ନ କରିବା ଉଚିତ।
ବୃଷ: ପ୍ରୀତି ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଉପକାରୀ ବନ୍ଧୁମାନଙ୍କ ସାନ୍ନିଧ୍ୟ ମିଳିବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଉତ୍ତମା ପତ୍ନୀଙ୍କଠାରୁ ପରାମର୍ଶ ନେବେ।
ମିଥୁନ: କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ। ବହୁ ଶୁଭ ଫଳରେ ଆଶାୟୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ମଜଭୂତ ରହିବ। ଅଶା ଫଳବତୀ ହେବ। ଶତ୍ରୁ ବିନାଶ ହେବ।
କର୍କଟ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିବେ। ମନ ସ୍ଥିର କରି କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଦକ୍ଷତାର ଉପଯୋଗ କରିପାରନ୍ତି।
ସିଂହ: କୃଷିକାର୍ଯ୍ୟ ଲାଭ ଦେୟ ହେବ। ଯାନବାହାନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଭାଗ୍ୟଶାଳୀ ହୋଇପାରନ୍ତି। ଧନବାନ୍‌ ହେବେ। ବିଶ୍ବାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସନ୍ତାନ ଜାତ ହେବାର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିବେ।
କନ୍ୟା: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ଉପୁଜି ଥିବା ସମସ୍ୟା ଦୂର ହେବ। ପଦୋନ୍ନତି ମିଳିବାର ସୁଯୋଗ ଅଛି।
ତୁଳା: ଆଳସ୍ୟ ପରାୟଣ ହୋଇପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। ବନ୍ଧୁଙ୍କ ଉପରେ ସନ୍ଦେହ ଆରୋପ କରିପାରନ୍ତି। ଦାତା ହେବେ। ଗୁଣବାନ୍‌ ହୋଇପାରନ୍ତି। ଧନୀ ଓ ମାନୀ ହେବା ଆଶା କରାଯାଏ। ଭାଗ୍ୟଶାଳୀ ହେବେ। ଏକ ପତ୍ନୀ ବ୍ରତ ପାଳନ କରିବେ।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ କିମ୍ବା ସରକାରୀ ସାହାଯ୍ୟ ପାଇ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ଆୟ ଆଶାନୁରୂପ ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି।
ଧନୁ: ଆଶାବାଦୀ ହୋଇପାରନ୍ତି। ପାରିବାରିକ ଶାନ୍ତି ମିଳିବ। ବିଭିନ୍ନ ଦିଗରୁ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ଉଳମୟ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ହେବ।
ମକର: ଆୟ ପରିମାଣ ବୃଦ୍ଧି ପାଇବ। ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଜ୍ଞାନୀ ଲୋକଙ୍କ ଠାରୁ ସୁପରାମର୍ଶ ମିଳିବ। ସର୍ବାଙ୍ଗୀନ ଉନ୍ନତି ହେବାର ସୂଚନା ମିଳୁଛି।
କୁମ୍ଭ: ପରିଶ୍ରମ ମୂଲ୍ୟାଙ୍କନ ହେବ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଠିକ୍‌ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ସବୁକିଛି ମିଳିପାରେ। ବ୍ୟବସାୟ ଲାଭଜନକ ହେବ।
ମୀନ: ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗ ବିଳାସ ସମୟ ଅତିବାହିତ କରିବେ। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହୋଇପାରନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories