ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭର ଖେଳି ୯ୱିକେଟ ହରାଇ ୨୮୬ରନ ସଂଗ୍ରହ କରିଛି। କଙ୍ଗାରୁ ଦଳ ରଖିଥିବା ୨୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପ୍ରଥମ ପାୱାାରପ୍ଲେ ଶେଷ ସୁଦ୍ଧା କୌଣସି ୱିକେଟ ନହରାଇ ୬୧ରନ ସଂଗ୍ରହ କରିଛି। ଆଜିର ମ୍ୟାଚରେ ହିଟମ୍ୟାନ ରୋହିତ ଶର୍ମା ତାଙ୍କର ବ୍ୟକ୍ତିଗତ ୯ହଜାର ରନ ପୂରଣ କରିଛନ୍ତି।
୨୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ଜବରଦସ୍ତ ଆରମ୍ଭ : ୧୦ଓଭର ସୁଦ୍ଧା ୬୧-୦
Popular Categories



