www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି ଆପ୍ : ମନୋଜ ତିୱାରୀ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଘଟଣାକୁ ନେଇ ରବିବାର କେଜରିୱାଲ ସରକାରଙ୍କୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି ଭାରତୀୟ ଜନତା ପାର୍ଟି(ବିଜେପି) ନେତା ତଥା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ । ସେ କହିଛନ୍ତି, ଆମ ଆଦମୀ ପାର୍ଟି(ଆପ୍) ନିର୍ଭୟା ଦୋଷୀଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଛି। ଏହି ମାମଲା ଜେଲ ବିଭାଗ ଉପରେ ରହିଛି। ଜେଲ ବିଭାଗ ରାଜ୍ୟ ସରକାରଙ୍କ ଅଧିନରେ ରହିଛି। ମାତ୍ର ଉପ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ଯଦି ଆମ ପାଖରେ ଦିଲ୍ଲୀ ପୁଲିସ ଥାନ୍ତା ତେବେ ଆମେ ଦୋଷୀଙ୍କୁ ଦଣ୍ଡ ଦେଇ ସାରିଥାନ୍ତୁ । ମାତ୍ର ତାଙ୍କ କଥାରୁ ନିଶ୍ଚିତ ଭାବେ ସ୍ପଷ୍ଟ ବାରି ହେଉଛି ଯେଉଁ କାମ କେଜ୍ରିୱାଲ ସରକାରଙ୍କୁ କରିବାର ଥିଲା ତାହା ସେ କରିନାହାନ୍ତି ବୋଲି ଆପକୁ ଦାଷାରୋପ କରିଛନ୍ତି ମନୋଜ ତିୱାରୀ।
ଉଲ୍ଲେଖ ଯୋଗ୍ୟ, ନିର୍ଭୟା ମାମଲାରେ ପୂର୍ବରୁ ୪ ଜଣ ଅଭିଯୁକ୍ତ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଓ ପବନ ଗୁପ୍ତାଙ୍କୁ ଆସନ୍ତା ୨୨ ତାରିଖରେ ତିହାର ଜେଲରେ ଫାଶୀ ଦିଆଯିବା ନେଇ ସ୍ଥିର ହୋଇଥିଲା। ତେବେ ମୁକେଶ ସିଂହ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ। ଏହି ଆବେଦନକୁ ରାଷ୍ଟ୍ରପତି ଖାରଜ କରିଥିଲେ। ଏହାପରେ ଫେବୃଆରୀ ୧ରେ ଫାଶୀ ଦିଆଯିବା ନେଇ ନୂଆ ତାରିଖ ଘୋଷଣା କରାଯାଇଛି । ଯାହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories