ପୁଣି ବ୍ୟାଙ୍କ ଠକେଇ : ଷ୍ଟେଲିଙ୍ଗ ଗ୍ରୁପର ୪ ହଜାର ୭୦୧ କୋଟି ଟଙ୍କାର ସମ୍ପତ୍ତି

0

ନୂଆଦିଲ୍ଲୀ : ଦେଶରେ ପୁଣି ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ୫୩୮୩ କୋଟି ଟଙ୍କାର ବ୍ୟାଙ୍କ୍‍ ଠକେଇ, ବେଆଇନ ଅର୍ଥ ଲଗାଣ ଓ କାରବାର ଏବଂ କଳାଧନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଷ୍ଟେଲିଙ୍ଗ ବାୟୋଟେକ୍‍ ଗ୍ରୁପର ୪ ହଜାର ୭୦୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। କଳାଧନ ନିବାରଣ ଆଇନ ଅଧୀନରେ ଇଡି ଏକ ଅସ୍ଥାୟୀ ସମ୍ପତ୍ତି ଅଚଳ ନିର୍ଦ୍ଦେଶନାମା ଜାରି କରିଛି । କମ୍ପାନୀର ୪ ହଜାର ଏକର ଜମି, କାରଖାନା ଓ ଯନ୍ତ୍ରପାତି ୨୦୦ ବ୍ୟାଙ୍କ ଜମାଖାତା, ୬.୬୭ କୋଟି ଟଙ୍କାର ସେୟାର ଏବଂ ଅନେକ ନାମୀ ତଥା ଆରାମଦାୟକ କାରକୁ ଇଡି ବାଜ୍ୟାପ୍ତ କରିଛି।

Leave A Reply