www.samajalive.in
Saturday, December 13, 2025
26.1 C
Bhubaneswar

ଗୁଡ଼ ସାହାଯ୍ୟରେ ଘରୋଇ ଫେସିଆଲ୍

ସାଧାରଣତଃ ଗୁଡ଼କୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଗୁଡ଼ ଆପଣଙ୍କ ତ୍ବଚାକୁ ଚମକାଇବାରେ ମଧ୍ୟ ସହାୟକ ହୋଇଥାଏ। ଘରୋଇ ଉପାୟରେ ଗୁଡ଼କୁ ବ୍ୟବହାର କରି ଆପଣ ଫେସିଆଲ୍‌ କରିପାରିବେ। ଗୁଡ଼ରେ ପ୍ରୋଟିନ, ଫ୍ୟାଟ୍, ଆଇରନ, ପୋଟାସିୟମ, ଭିଟାମିନ- ବି, କ୍ୟାଲସିୟମ, ଫସଫରସ, ଜିଙ୍କ୍‌ ଆଦି ତତ୍ତ୍ୱ ଭରପୁର ମାତ୍ରାରେ ଥାଏ। ତେଣୁ ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବା ସହ ତ୍ବଚାରେ ଉଜ୍ଜଳତା ଆଣିବାରେ ମଧ୍ୟ ସାହାଯ୍ୟ କରେ। ଏହାଦ୍ବାରା ଖୁବ୍ କମ ଖର୍ଚ୍ଚ ଆଉ କମ ସମୟରେ ଘରେ ଫେସିଆଲ କରି ଏକ ଉଜ୍ଜ୍ଵଳ ଓ କୋମଳ ତ୍ବଚା ପାଇପାରିବେ। ତେବେ ଆସନ୍ତୁ ଜାଣିବା ଗୁଡ଼ ସାହାଯ୍ୟରେ ଘରେ କିପରି ଫେସିଆଲ କରିବେ-

୧. କ୍ଲିଞ୍ଜିଂ: ଫେସିଆଲର ସର୍ବ ପ୍ରଥମ ଷ୍ଟେପ୍‌ ହେଉଛି କ୍ଲିଞ୍ଜିଂ। ତେବେ କ୍ଲିଞ୍ଜିଂ ପାଇଁ ଏକ ଛୋଟ ପାତ୍ରରେ କିଛି କଞ୍ଚା କ୍ଷୀର ନିଅନ୍ତୁ। ଏକ ତୁଳା ସାହାଯ୍ୟରେ ନିଜ ମୁହଁରେ ଲଗେଇ ଭଲଭାବେ ପୋଛି ଦିଅନ୍ତୁ। ଏହା ଦ୍ୱାରା ଚେହେରାରୁ ଧୂଳି ମଳି ବାହାରିଯାଏ।

- Advertisement -

୨. ସ୍କ୍ରବିଂ: ସ୍କ୍ରବିଂ ପାଇଁ ୧ ଚାମଚ ଗୁଡ଼ ଓ କିଛି ଟମାଟୋ ରସ ଆବଶ୍ୟକ। ଏହି ଦୁଇଟିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ୪ ରୁ ୫ ମିନିଟ ପାଇଁ ହାଲୁକା ଭାବେ ମାଲିସ କରନ୍ତୁ। ଏହାପରେ ତାଜା ପାଣିରେ ଭଲ ଭାବେ ସଫା କରିଦିଅନ୍ତୁ। ଏହି ସ୍କ୍ରବ କରିବା ପରେ ଚେହେରା ଭଲ ଭାବେ ସଫା ହେବା ସହ ଚମକ ଆସିଥାଏ। ଏହା ଦ୍ୱାରା ଚେହେରାରୁ ମୃତ କୋଷିକା ବାହାରିଯିବା ସହ ବ୍ଲାକ ହେଡ଼ସ ଓ ହ୍ୱାଇଟ୍ ହେଡ଼ସ ମଧ୍ୟ ଦୂର ହୋଇଥାଏ।

୩. ମାଲିସ: ତ୍ବଚା ମସାଜ୍‌ ବା ମାଲିସ ପାଇଁ ଗୋଟିଏ ଚାମଚ ଗୁଡ଼ ପାଉଡର, ଗୋଟିଏ ଚାମଚ ଘି କୁଆଁରୀ ରସ ବା ଏଲୋଭେରା ଜେଲ୍‌ ଓ ଅଧା ଚାମଚ ବାଦାମ ତେଲ ଆବଶ୍ୟକ। ଏସବୁ ଜିନିଷକୁ ଗୋଟିଏ ପାତ୍ରରେ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୫ ରୁ ୭ ମିନିଟ୍ ପାଇଁ ତ୍ବଚାରେ ଭଲ ଭାବେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହେବା ସହ ଚମକ ମଧ୍ୟ ଆସିଥାଏ।

୪. ଫେସ୍‌ ପ୍ୟାକ: ଶେଷରେ ଫେସ୍‌ ପ୍ୟାକ୍‌ ପାଇଁ ଆବଶ୍ୟକ ୧ ଚାମଚ ଗୁଡ଼ ପାଉଡର, ଗୋଟିଏ ଚାମଚ ଧନିଆ ପତ୍ର ରସ ଓ ଗୋଟିଏ ଚାମଚ ବେସନ। ଏସବୁକୁ ଏକ ପାତ୍ରରେ ଭଲଭାବେ ମିଶାଇ ନିଜ ଚେହେରା ଓ ବେକ ଆଦିରେ ୧୫ ରୁ ୨୦ ମିନିଟ ପାଇଁ ଲଗାଇ ରଖନ୍ତୁ । ଶୁଖିଗଲେ ସାଧାପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଏହି ପ୍ୟାକ ଏକ ପ୍ରାକୃତିକ ବ୍ଲିଚ୍ ଭଳି କାମ କରିବା ସହ ତ୍ୱଚାରେ ଚମକ ଆଣିଥାଏ। କିନ୍ତୁ ଧ୍ୟାନ ରଖିବେ ଫେସିଆଲର ତୁରନ୍ତ ପରେ ସାବୁନ କିମ୍ବା ଅନ୍ୟ କୌଣସି ଜିନିଷର ବ୍ୟବହାର କରିବେ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories