www.samajalive.in
Friday, December 12, 2025
16.1 C
Bhubaneswar

ଉଗ୍ର ହେଉଛି କଂଗ୍ରେସ କନ୍ଦଳ, କଂଗ୍ରେସ ଭବନକୁ ଜଗିଛନ୍ତି ବାଉନ୍ସର

ଭୁବନେଶ୍ବର: ଉଗ୍ରରୂପ ଧାରଣ କରିଛି କଂଗ୍ରେସର ଗୋଷ୍ଠି କନ୍ଦଳ। କଂଗ୍ରେସ ଭବନରେ ବୈଠକ ଚାଲିଥିବା‌ ସମୟରେ ବାହାରେ ଚାଲିଥିଲା ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ହଟ୍ଟଗୋଳ ଓ ନାରାବାଜି । ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ଏପରି ଦୃଶ୍ୟ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା। କଂଗ୍ରେସ ଭବନକୁ ଘେରିଯାଇଥିଲେ ବାଉନ୍ସର। ଶୁକ୍ରବାର କଂଗ୍ରେସ କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିଲା।୨୦୧୯ ନିର୍ବାଚନରେ ଦଳର ପରାଜୟକୁ ନେଇ କିଛି ଉପକୂଳ ନେତାଙ୍କ ସହ ପ୍ରଭାରୀ, ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଥିଲା। ଏଣୁ ବାହାରେ ହେଉଥିବା ହଟ୍ଟଗୋଳରୁ ସୁରକ୍ଷା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ବାଉନ୍ସର ପିସିସି କାର୍ୟ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ ଭିତରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ ଆଲୋଚନା କରୁଥିବାବେଳେ ବାହାରେ ଇତିଶ ପ୍ରଧାନ ଏବଂ ତାଙ୍କ ସମର୍ଥକ ଜୋରଦାର ନାରାବାଜି କରିଛନ୍ତି। ଇତିଶଙ୍କ ସମର୍ଥକ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି। ଗତକାଲି ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କିଛି ନେତା ପ୍ରବଳ ହଟ୍ଟଗୋଳ କରିବା ସହ ଖୋଲାଖୋଲି ପିସିସି ସଭାପତି ବଦଳାଇବା ପାଇଁ ଦାବି କରିଥିବା ଦେଖିବାକୁ ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories