ସର୍ଜିକାଲ ଷ୍ଟ୍ରାଇକ ମୁଖ୍ୟଙ୍କୁ ମିଳିଲା କାଶ୍ମୀର ଆତଙ୍କବାଦୀ ନିପାତ ଦାୟିତ୍ୱ

0

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ୨ବର୍ଷ ପୂର୍ବେ ପାକିସ୍ତାନର ମାଟିରେ ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେଇଥିବା ଲେପ୍ଟନ୍ୟାଣ୍ଟ ଜେନେରାଲ ରଣବୀର ସିଂହଙ୍କୁ କାଶ୍ମୀର ଆତଙ୍କବାଦୀ ନିପାତ ଦାୟିତ୍ୱ ପ୍ରଦାନ କରାଯାଇଛି। ଲେପ୍ଟନ୍ୟାଣ୍ଟକୁ ପ୍ରଦାନ କରାଯାଇ ଥିବା ଏକାଧିକ ଦାୟିତ୍ୱ ମଧ୍ୟରେ କାଶ୍ମୀର ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଠାବ କରି ନିପାତ କରିବା ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି।
ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକରେ ଡିଜିଏମଓ ଦାୟିତ୍ୱ ତୁଲାଇଥିବା ଲେପ୍ଟନ୍ୟାଣ୍ଟ ଜେନେରାଲ ରଣବୀର ସିଂହ ସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତଥା ଦେଶର ଉତ୍ତରାଞ୍ଚଳ ସୁରକ୍ଷା ଦାୟିିତ୍ୱ ଶୁକ୍ରବାର ଗ୍ରହଣ କରିଛନ୍ତି। ଲେପ୍ଟନ୍ୟାଣ୍ଟ ଜେନେରାଲ ରଣବୀର ସିଂହ ଲେପ୍ଟନ୍ୟାଣ୍ଟ ଜେନେରାଲ ଦେବରାଜ ଅମ୍ବୁଙ୍କ ବଦଳରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୬ପିଓକେରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ଖବର ମିଡିଆକୁ ଲେପ୍ଟନ୍ୟାଣ୍ଟ ଜେନେରାଲ ରଣବୀର ସିଂହ ପ୍ରଦାନ କରିଥିଲେ।
ପିଲା ଦିନରୁ ନିଜ ପିତାଙ୍କୁ ହରାଇ ଥିବା ରଣବୀରଙ୍କ ଲାଲଣ ପାଲଣ ତାଙ୍କ କକା କର୍ଣ୍ଣେଲ ମନୋହର ସିଂହ ନିକଟରେ ହୋଇଥିଲା। ଡିଜିଏମଓ ପରେ ଲେପ୍ଟନ୍ୟାଣ୍ଟ ଜେନେରାଲ ରଣବୀର ସିଂହଙ୍କ ପଦୋନ୍ନତି ଷ୍ଟ୍ରାଇକ ୧କୋର କମାଣ୍ଡର ଭାବରେ ହୋଇଥିଲା। ଏହି ବାହିନୀ ସର୍ବଦା ସ୍ୱଳ୍ପ ସମୟସୀମା ମଧ୍ୟରେ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଆକ୍ରମଣ କରିବା କ୍ଷେତ୍ରରେ ମୁଖ୍ୟତଃ ପ୍ରସ୍ତୁତ ଥାନ୍ତି।

Leave A Reply