www.samajalive.in
Friday, December 12, 2025
15.1 C
Bhubaneswar

ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ୪ ନିଲମ୍ବିତ

କଟକ:କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ବର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ୪ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଘୋଷଣା କରିଥିବା ରେଳବାଇ ପକ୍ଷରୁ ନିର୍ଗୁଣ୍ଡି ଷ୍ଟେସନର ଡେପୁଟି ଷ୍ଟେସନ ମ୍ୟାନେଜର,ମାଲବାହୀ ଟ୍ରେନର ଗାର୍ଡ  ଓ ଲୋକମାନ୍ୟ ତିଳକ ଏକ୍ସପ୍ରେସର ଦୁଇ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରାଯାଇଛି। 

ସୂଚନାଯୋଗ୍ୟ  ଗୁରୁବାର ସକାଳ ୬.୫୦ରେ ଏହି ଦୁର୍ଘଟଣା ଘଟିଥିଲା। ନିର୍ଗୁଣ୍ଡି-କପିଳାସ ରୋଡ ମଧ୍ୟବର୍ତ୍ତୀ ସର୍ଦ୍ଦୋଳା ନିକଟରେ ଅଫ ଲାଇନରେ ଠିଆହୋଇଥିବା ଏକ ମାଲବାହୀ ଟ୍ରେନକୁ ମୁମ୍ବାଇରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା (୧୨୮୭୯) ଲୋକମାନ୍ୟ ସୁପରଫାଷ୍ଟ ଏକ୍ସପ୍ରେସ ପଛରୁ ତାକୁ ଧକ୍କା ଦେଇଥିଲା। ଫଳରେ ଏକ୍ସପ୍ରେସର ୧୨ଟି ବଗି ଲାଇନ୍‍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories