www.samajalive.in
Thursday, December 11, 2025
14.1 C
Bhubaneswar

ଜାଣନ୍ତୁ ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା କ’ଣ ? ଯେଉଁଥିରୁ ବାଦ୍ ପଡ଼ିଲେ ଧୋନୀ

ନୂଆଦିଲ୍ଲୀ : ବୋର୍ଡ ଅଫ୍‌ କ୍ରିକେଟ ଫର କଂଟ୍ରୋଲ ଇନ୍‌ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ ଚୁକ୍ତି ତାଲିକା ଜାରି କରାଯାଇଛି। ୨୦୧୯ ଅକ୍ଟୋବର ରୁ ୨୦୨୦ ସେପ୍ଟେମ୍ବର ପର୍ୟ୍ୟନ୍ତ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବାଦ୍ ପଡ଼ିଛନ୍ତି। ଯାହା କ୍ରିକେଟ ପ୍ରେମୀମାନଙ୍କୁ ଅଚାନକ ନିରାଶ କରିଛି।
ତେବେ ଆସନ୍ତୁ ଜାଣିବା ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା କ’ଣ?…
ବିସିସିଆଇ ପକ୍ଷରୁ କ୍ରିକେଟରଙ୍କୁ ଏକ ବର୍ଷ ପାଇଁ ଚୁକ୍ତିରେ ରଖାଯାଇଥାଏ। ଯେଉଁ ଖେଳାଳିମାନେ ଚୁକ୍ତି ତାଲିକା(କଣ୍ଟ୍ରାକ୍ଟ ଲିଷ୍ଟ)ରେ ରହିଥାନ୍ତି ସେମାନଙ୍କୁ ବୋର୍ଡ ଯୋଜନାରେ ସାମିଲ ହୋଇଥାନ୍ତି। ଅର୍ଥାତ ଟିମ୍ ଚୟନ କରିବା ହେଉ କିମ୍ବା ବିଦେଶ ଗସ୍ତ ପାଇଁ ଖେଳାଳିଙ୍କୁ ଚୟନ କରିବା ହେଉ।
ପ୍ରତି ବର୍ଷ ବିସିସିଆଇ ପକ୍ଷରୁ ଖେଳାଳିମାନଙ୍କୁ ଚାରୋଟି ଗ୍ରେଡରେ ବଣ୍ଟା ଯାଇଥାଏ। ଯେଉଁଥିରେ ଗ୍ରେଡ- ‘ଏ’ ପ୍ଲସ, ‘ଏ’ , ବି ଏବଂ ଗ୍ରେଡ ସି ରହିଥାଏ। ଯେଉଁ ଖେଳାଳିମାନେ ଗ୍ରେଡ ଏ-ପ୍ଲସରେ ରହିଥାନ୍ତି ସେମାନଙ୍କୁ ବିସିସିଆଇ ପକ୍ଷରୁ ବାର୍ଷିକ ୭କୋଟି ଟଙ୍କା ଦରମା ଦିଆଯାଇଥାଏ। ସେହିଭଳି ଗ୍ରେଡ ଏରେ ଥିବା ଖେଳାଳି ବାର୍ଷିକ ୫କୋଟି, ଗ୍ରେଡ ବିରେ ଥିବା ଖେଳାଳି ୩କୋଟି ଏବଂ ଗ୍ରେଡ ସିରେ ଥିବା ଖେଳାଳିଙ୍କୁ ବାର୍ଷୀକ ଏକ କୋଟି ଟଙ୍କା ଦରମା ଦିଆଯାଇଥାଏ।
ଏହି ତାଲିକାରେ ଏ-ପ୍ଲସରେ ମାତ୍ର ତିନି ଜଣ ଖେଳାଳିଙ୍କୁ ରଖାଯାଇଥାଏ। ସେହିଭଳି ଏ ଶ୍ରେଣୀରେ ୧୧ଖେଳାଳି, ଗ୍ରେଡ ବିରେ ୫ଜଣ ଏବଂ ଗ୍ରେଡ-ସିରେ ୮ଜଣ ଖେଳାଳିଙ୍କୁ ରଖାଯାଇଥାଏ।
ନୂଆ କଣ୍ଟ୍ରାକ୍ଟ ତାଲିକା ଅନୁଯାୟୀ ଅଧିନାୟକ ବିରାଟ କୋହଲି, ହିଟମ୍ୟାନ୍ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଗ୍ରେଡ୍‌ ‘ଏ’ ପ୍ଲସ ତାଲିକାରେ ରହିଛନ୍ତି। ସେହିପରି ଗ୍ରେଡ୍‌ ‘ଏ’ରେ ଆର. ଅଶ୍ଵିନୀ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ, କେ. ଏଲ. ରାହୁଲ, ଶିଖର ଧାୱନ, ମହମ୍ମଦ ସାମି, ଈଶାନ୍ତ ଶର୍ମା, କୂଳଦୀପ ଯାଦବ ଏବଂ ରିଷଭ ପନ୍ତ ରହିଛନ୍ତି। ଏହାବ୍ୟତୀତ ଗ୍ରେଡ୍‌ ‘ବି’ରେ ରିଦ୍ଧିମାନ ଶାହା, ଉମେଶ ଯାଦବ, ୟୁଜଭେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୟଙ୍କ ଅଗ୍ରୱାଲ ପ୍ରମୁଖ ରହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories