www.samajalive.in
Sunday, December 14, 2025
26.1 C
Bhubaneswar

ସିଏଏ ସମର୍ଥନରେ ଏକାଠି ହେଲେ ମୁସଲମାନ, କାର୍ଯ୍ୟକ୍ରମକୁ ଭଣ୍ଡୁର କଲେ ଅଜ୍ଞାତ ଯୁବଗୋଷ୍ଠୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ମୁସଲମାନଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମକୁ କିଛି ଅଜ୍ଞାତ ଯୁବକ ଭଣ୍ଡୁର କରିଦେଇଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ୭/୮ ଯୁବକ ସେଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲେ। ଫଳରେ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିଲା।

ସୂଚନା ଅନୁସାରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ମୁସଲିମ ଶାଖା ମୁସଲିମ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ସିଏଏ ସମର୍ଥନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ମୁସଲମାନମାନେ ଆସି ଏକାଠି ହୋଇଥିଲେ। ଆରଏସଏସ ନେତା ଇଂଦ୍ରେଶ କୁମାର ମଞ୍ଚକୁ ଆସିବା କ୍ଷଣି ସେଠାରେ କିଛି ଅଜ୍ଞାତ ଯୁବକ ପହଞ୍ଚି ହୋହଲ୍ଲା କରିଥିଲେ। ପରେ ସିଏଏ ବିରୋଧୀ ପୋଷ୍ଟର ବ୍ୟାନର ପ୍ରଦର୍ଶନ କରିଥିଲେ। ଜଣେ ଆରଏସଏସ କର୍ମୀ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନରୁ ମୁସଲମାନ ଧର୍ମଯାଜକମାନଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ କଂଗ୍ରେସ କର୍ମୀମାନେ ପହଞ୍ଚି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲେ ବୋଲି ସମ୍ପୃକ୍ତ ଆରଏସଏସ କର୍ମୀ ଅଭିଯୋଗ କରିଛନ୍ତି।

- Advertisement -

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories