www.samajalive.in
Saturday, December 13, 2025
15.1 C
Bhubaneswar

ପାଟଣାଗଡରେ ସଡକ ସୁରକ୍ଷା ସଚେତନତା ଓ ରକ୍ତଦାନ ଶିବିର

ପାଟଣାଗଡ : ବଲାଙ୍ଗୀର ଜିଲା ପାଟଣାଗଡ ଥାନା ପକ୍ଷରୁ ବୁଧବାର ସକାଳେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।ପାଟଣଅଗଡ ଥାନାର ସମସ୍ତ କର୍ମଚାରୀ, ପାଟଣେଶ୍ୱରୀ ହାଲୁକା ମୋଟରଯାନ ଚାଳକ ସଂଘର ସଦସ୍ୟ ତଥା ବହୁ ସଚେତନ ନାଗରିକ ଏକ ଶୋଭାଯାତ୍ରାରେ ଯାଇ ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। ଏହା ସହିତ ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବାକୁ, ହେଲମେଟ୍‍ ପିନ୍ଧି ବାଇକ ଚଳାଇବାକୁ, ମୋବାଇଲ ଫୋନ ବ୍ୟବହାର କରି ଗାଡି ନ ଚଳାଇବାକୁ ଏବଂ ବିଶେଷ ଭାବରେ ଛୋଟ ପିଲାଙ୍କୁ ଗାଡି ଚଳାଇବାରୁ ନିବୃତ୍ତ ରଖିବାକୁ ଜନସାଧାରଣଙ୍କୁ ବୁଝାଇଥିଲେ।

ପରେ ଥାନ ପରିସର ମଧ୍ୟସ୍ଥ ଅଭ୍ୟର୍ଥନା କକ୍ଷରେ ପାଟଣାଗଡ ପୁଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉପଖଣ୍ଡୀୟ ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ, ଥାନାଧିକାରିଣୀ କେ.ପ୍ରିୟଙ୍କା ରାଉତରାୟ, ସବ୍‍ ଇନ୍ସପେକ୍ଟର ବିଦେଶୀ ପ୍ରଧାନଙ୍କ ସମେତ ବହୁ ପୁଲିସ କର୍ମଚାରୀ ତଥା ପାଟଣେଶ୍ୱରୀ ହାଲୁକା ମୋଟରଯାନ ଚାଳକ ସଂଘ, ଗୋପପୁର(ରାମପୁର)ର ବହୁ ସଦସ୍ୟ ରକ୍ତଦାନ କରିଥିଲେ। ଓଡିଶା ରେଡକ୍ରସ ରକ୍ତ ଭଣ୍ଡାର, ପାଟଣାଗଡ ଶାଖା ଅଧିକାରୀ ଡାକ୍ତର ପୀତବାସ ସାଙ୍କ ସହ  ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ବିଶ୍ୱାଳ ଶିବିରରେ ଉପସ୍ଥିତ ରହିଥିଲେ।

- Advertisement -

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories