www.samajalive.in
Tuesday, December 9, 2025
19.1 C
Bhubaneswar

ରୁଷ ପ୍ରଧାନମନ୍ତ୍ରୀ ମେଦ୍‌ଭେଡେଭଙ୍କ ଇସ୍ତଫା

ମସ୍କୋ: ରୁଷ୍‌ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍‌ଭେଡେଭ୍‌ ତାଙ୍କ ସରକାର ଇସ୍ତଫା ଦେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ରୁଷୀୟ ଖବର ସରବରାହ ସଂସ୍ଥା ରିପୋର୍ଟରୁ ସୂଚନା ମିଳିଛି। ସୂଚନା ଅନୁସାରେ, ମେଦ୍‌ଭେଡେଭଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି ପୁତିନ ମେଦ୍‌ଭେଡେଭଙ୍କୁ ରାଷ୍ଟ୍ରପତି ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବାର ଆଶା ରହିଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଚଳିତ କ୍ୟାବିନେଟ୍‌ ନୂଆ କ୍ୟାବିନେଟ୍‌ ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରୁଷ ସଂସଦକୁ ଅଧିକ କ୍ଷମତା ପ୍ରଦାନ ଲାଗି ସମ୍ବିଧାନରେ ସଂସ୍କାର ଆଣିବା ପାଇଁ ରାଷ୍ଟ୍ରପତି କହିବା ପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ଇସ୍ତଫା ପ୍ରଦାନ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories