www.samajalive.in
Sunday, December 14, 2025
23.1 C
Bhubaneswar

ଅଜଣା ଭୟ; ୧୫୦ ବର୍ଷ ହେଲା ଏଠାରେ ପାଳନ ହେଉନି ହୋଲି

ସମଗ୍ର ଭାରତ ବର୍ଷ ସହ ବିଦେଶରେ ମଧ୍ୟ ହୋଲି ଉତ୍ସବ ଧୁମଧାମରେ ପାଳିତ ହେଉଛି। କିନ୍ତୁ ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ ପ୍ରାୟ ୧୫୦ ବର୍ଷ ହେଲା ପାଳନ ହେଉନି ରଙ୍ଗର ପର୍ବ। ତେବେ ଏହା ପଛରେ ଲୋକମାନଙ୍କ ମନରେ ରହିଛି ଅଜଣା ଭୟ। କେଉଁଠାରେ ଭୂତଭୟ ଅଥବା ଅଭିଶାପ ଭୟରେ ହୋଲି ଉତ୍ସବ ପାଳନ କରାଯାଉନାହିଁ। ଆସନ୍ତୁ ଜାଣିବା ଆଜିର ବିଜ୍ଞାନ ଯୁଗରେ ଭାରତର କେଉଁ କେଉଁ ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଭରିରହିଛି।

– ଝାଡଖଣ୍ଡର ବୋକାରୋ କସମାର ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗାଁରେ ୧୦୦ ବର୍ଷ ହେଲା ହୋଲି ଉତ୍ସବ ପାଳନ କରାଯାଉନାହିଁ। ଏଠାରେ ଲୋକଙ୍କ ମନରେ ଏପରି ଭୟ ରହିଛି କି ପରସ୍ପରକୁ ରଙ୍ଗ ଲଗାଇଲେ ଗାଁରେ ମହାମାରୀ ବିପଦ ମାଡ଼ି ଆସିବ। କୁହାଯାଏ, ଦୀର୍ଘ ବର୍ଷ ତଳେ ଅଞ୍ଚଳର ଜଣେ ରାଜାଙ୍କ ପୁତ୍ରଙ୍କ ହୋଲି ଦିନ ମୃତ୍ୟୁ ଘଟିଥିଲା। ଏହାପରଠୁ ହୋଲି ଉତ୍ସବ ଆୟୋଜନ ବେଳେ ଗାଁରେ ମହାମାରୀ ବ୍ୟାପିବା ସହ କେତେ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଲା। ସେହିପରଠୁ ରାଜାଙ୍କ ଆଦେଶ ମୁତାବକ ଗାଁରେ ହୋଲି ଉତ୍ସବ ପାଳନ କରାଯାଉନାହିଁ।

- Advertisement -

– ମଧ୍ୟପ୍ରଦେଶର ବୈତୁଲ ଜିଲା ମୁଲତାଇ ତହସିଲ ଡହୁଆ ଗାଁରେ ପ୍ରାୟ ୧୨୫ ବର୍ଷ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲାଗିଛି। କୁହାଯାଏ ହୋଲି ଦିନ ସେହି ସମୟରେ ଗାଁ ମୁଖିଆଙ୍କ ପାଣିରେ ବୁଡି ମୃତ୍ୟୁ ଘଟିଥିଲା। ଏହାପରଠୁ ଗାଁଲୋକେ ହୋଲି ଉତ୍ସବ ପାଳନ କରୁନାହାନ୍ତି।

– ହରିୟାଣା କୈଥଲସ୍ଥିତ ଏକ ଗାଁରେ ୧୫୦ ବର୍ଷ ହେଲା ହୋଲି ପାଳନ ହେଉନି। କୁହାଯାଏ, ୧୫୦ ବର୍ଷ ତଳେ ଏଠାରେ ଜଣେ ବାବାଜୀ ରହୁଥିଲେ। କେତେଜଣ ଲୋକ ହୋଲି ଦିନ ବାବାଜୀଙ୍କ ସହ ଥଟ୍ଟାମଜ୍ଜା କରିଥିଲେ। ତେଣୁ ଅପମାନରେ କ୍ରୋଧିତ ହୋଇ ବାବାଜୀଜଣକ ହୋଲି ଦହନ ନିଅାଁକୁ ଡେଇଁ ଆତ୍ମହତ୍ୟା କରିଥିଲେ। କିନ୍ତୁ ମରିବା ପୂର୍ବରୁ ସେ ଗାଁଲୋକଙ୍କୁ ଅଭିଶାପ ଦେଇଯାଇଥିଲେ, ଏହା ପରଠୁ ଗାଁରେ ଯିଏ ହୋଲି ପାଳନ କରିବ, ତାର ବଂଶ ନାଶ ହେବ। ଫଳରେ ଏହି ଡରରେ ଉକ୍ତ ଗାଁରେ ଏଯାବତ୍‌ ହୋଲି ପାଳନ କରାଯାଉନାହିଁ।

– ଛତିଶଗଡ଼ର କୋରବା ଜିଲାରୁ ୩୫ କିଲୋମିଟର ଦୂର ଖରହରି ଗାଁରେ ମଧ୍ୟ ୧୫୦ ବର୍ଷ ହେଲା ହୋଲି ପାଳନ ହେଉନାହିଁ। ଗାଁରେ ସେହି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଗାଁରେ ମହାମାରୀ ବ୍ୟାପିଯାଇଥିଲା। ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହେଲା ଯେ, ଗାଁରେ ହୋଲି ପର୍ବ ପାଳନ ହେଲେ ପୁଣି ଏପରି ବିପତ୍ତି ଗାଁକୁ ମାଡ଼ି ଆସିବ। ସେହିପରଠୁ ଏହି ଗାଁରେ ହୋଲି ଉତ୍ସବ ପାଳନ ହୋଇନି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories