www.samajalive.in
Monday, December 8, 2025
13.1 C
Bhubaneswar

ୟୁଫୋରିଆ-୨୦୨୦: ରେଭେନ୍ସା ଚାମ୍ପିୟନ

ଭୁବନେଶ୍ଵର: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଚାଲିଥିବା ୨୩ତମ ୟୁଫୋରିଆ-୨୦୨୦ ଫେଷ୍ଟିଭାଲ ଉଦ୍‌ଯାପିତ ହୋଇଯାଇଛି। ଏଥିରେ କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟ ଲଗାତର ୫ମ ଥର ଲାଗି ଚାମ୍ପିୟନ ହୋଇଛି।

ଗତ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଏହି ମହୋତ୍ସବ ଚାଲିଥିଲା। ଏଥିରେ ରାଜ୍ୟର ମୋଟ ୩୦ଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୋଟ ୨୪ଟି ପ୍ରତିଯୋଗିତାରୁ ୧୯ଟି ପ୍ରତିଯୋଗିତାରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ପୁରସ୍କାର ପାଇ ଲଗାତାର ୫ମ ଥର ପାଇଁ ଟାଇଟଲ ହାତେଇଥିଲା। ବ୍ୟକ୍ତିଗତ ପ୍ରତିଯୋଗିତାର ଓଡ଼ିଆ ତର୍କ ଏବଂ ଓଡ଼ିଆ ଦଳଗତ ଆଲୋଚନାରେ ପ୍ରେରଣା ଜେନା, ଇଂରାଜୀ ତର୍କ ଏବଂ ଦଳଗତ ଆଲୋଚନାରେ ଅର୍ଘ୍ୟଦୀପ ବାନାର୍ଜୀ, ଇଂରାଜୀ ସୃଜନାତ୍ମକ ଲିଖନରେ କ୍ରିଷ୍ଣା କୁମାରୀ, ‘ମୁଝେ ଭି ଆଙ୍କର୍ ବନ୍‌ନା ହେ’ରେ ଗାୟତ୍ରୀ ମୋହିନୀ ମହାପାତ୍ର, କାର୍ଟୁନିଙ୍ଗରେ ଏସ. କେ. ଶାହିର୍ ଉଲ୍ଲାହ୍, ଝୋଟିରେ ବିଶାଲ ସାହୁ ବିଜେତା ହେବା ସହ ଦଳଗତ ପ୍ରତିଯୋଗିତାର ବ୍ୟଙ୍ଗ ନାଟକ, ଗୁଲଦସ୍ତା, ଫିଲ୍ମି ବାତେଁ, ବେସିକ୍ସ, ମିଟ୍ ଦ ପ୍ରେସ, ଡୁଏଟ୍ ଡାନ୍ସ, ପିକ୍ ଆଣ୍ଡ ଅକ୍ଟ୍ , ମାଇମ୍ ,ଫୋକ୍ ଡାନ୍ସ ଏବଂ ରେକର୍ଡ଼ ଡାନ୍ସ ଇପ୍ସିତ ଭୋଇ, ସୁପ୍ରିୟା ସିଠ, ଦୀପାଞ୍ଜଳି କୁଜୁର୍, ଜ୍ୟୋତି ବିକାଶ ରାଉତରାୟ, କିରଣ କୁମାର ବେହେରା, ଅଞ୍ଜଳି ମଣ୍ଡଳ, ଅୟଂଶୁ ଦେବବ୍ରତ, ମନଶ୍ବେତା ମିଶ୍ର ପ୍ରମୁଖ ଉତୀର୍ଣ୍ଣ ହୋଇଥିଲେ। ମିସ ୟୁଫୋରିଆ ପ୍ରତିଯୋଗିତାରେ ପ୍ରେରଣା ଜେନା ୨ୟ ରନର୍ସଅପ୍‌ ସ୍ଥାନ ଅଧିକାର କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories