www.samajalive.in
Monday, December 8, 2025
13.1 C
Bhubaneswar

‘ଅଜିତା’ ପରେ ଅପରାଜିତାଙ୍କ ‘ୟୁଥ୍‌ ଫର ଆକ୍ସନ’

ଭୁବନେଶ୍ଵର: ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମେ ମହିଳା ଏବଂ ପରେ ଯୁବଗୋଷ୍ଠୀଙ୍କ ସମ୍ମେଳନ ଆୟୋଜନ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଚର୍ଚ୍ଚାକୁ ଆସିଛନ୍ତି। ବିଶେଷକରି ଏଭଳି ଅବସରରେ ସେ ଏହି ୨ଟି ସମ୍ମିଳନୀ କରିଛନ୍ତି, ଯେତେବେଳେ କି ବିଜେପିର ସ୍ଥିତି ରାଜ୍ୟରେ ସୁଦୃଢ଼ ନାହିଁ। ତେବେ ଦୁଇଟି ଯାକ କାର୍ଯ୍ୟକ୍ରମ ଅଣରାଜନୈତିକ ବୋଲି ଘୋଷିତ ହେବା ପରେ ବି ଶାସକ ଦଳ ବିଜେଡିର ନିଦ ହଜାଇବାରେ ଯଥେଷ୍ଟ ବୋଲି କୁହାଯାଉଛି।

‘ୟୁଥ ଫର୍‌ ଆକ୍ସନ’ ଓଡ଼ିଶାରେ ବିଜେପିର ସ୍ଥିତିକୁ ମଜଭୁତ କରିବାର ନୂଆ ରଣନୀତି ବୋଲି କୁହାଯାଉଛି। ସାଂସଦ ଅପରାଜିତାଙ୍କ ପୃଷ୍ଠପୋଷକତାରେ ଆୟୋଜିତ ‘ୟୁଥ୍‌ ଫର ଆକ୍ସନ’ର ରାଜ୍ୟ ସ୍ତରୀୟ ସମ୍ମିଳନୀରେ ୨୫ ଜିଲାର ୫ ହଜାର ଯୁବତୀଯୁବକଙ୍କ ଅଂଶଗ୍ରହଣ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି।

- Advertisement -

ଏହା ପୂର୍ବରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଥମେ ମହିଳାମାନଙ୍କୁ ନେଇ ଏକ ଅଣରାଜନୈତିକ ସଂଗଠନ ‘ଅଜିତା’ର ଶୁଭାରମ୍ଭ କରିଥିଲେ। ଏହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ହଲ୍‌ଚଲ ହୋଇଥିଲା। ୟୁଥ ଫର ଆକ୍ସନ କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବି ଅଂଶଗ୍ରହଣ କରିଥିଲେ। ତେବେ ସଂଗଠନର ଆକ୍ସନ ପ୍ଲାନରେ ସ୍ବଚ୍ଛ ଭାରତ ମିଶନକୁ ପ୍ରାଥମିକତା ଦିଆଯାଇଛି। ତେଣୁ ଅଣରାଜନୈତିକ କୁହାଯାଉଥିବା ଏହି ଆୟୋଜନ ବିଜେପିଠାରୁ କେତେ ନିକଟରେ ଏବଂ କେତେ ଦୂରରେ ରହିଛି ତାହା ସହଜରେ ଅନୁମାନ କରିହେଉଛି।

ସୂତ୍ର ଅନୁସାରେ, ଏହି ସଂଗଠନରେ ଆରଏସଏସ ସହିତ ଜଡ଼ିତ ଲୋକ ସାମିଲ ହୋଇଛନ୍ତି। ଏହାର ନେଟ୍‌ୱର୍କର ଲାଭ ବିଜେପିକୁ ହିଁ ମିଳିବ ବୋଳି କୁହାଯାଉଛି। ଅନ୍ୟପଟେ ଏହାକୁ ଅପରାଜିତାଙ୍କ ରାଜନୈତିକ କ୍ୟାରିୟର ସହିତ ବି ଯୋଡ଼ାଯାଉଛି।  ସମ୍ମିଳନୀରେ ଅଣରାଜନୈତିକ ଲୋକମାନେ ସାମିଲ ହୋଇଥିବା କୁହାଯାଉଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚେହେରା ସଂଘ ପରିବାରର ଆନୁସଙ୍ଗିକ ସଂଗଠନଗୁଡ଼ିକର ବୋଲି ଜଣାପଡ଼ିଛି। ବିଜେପିର ଜଣେ ଉଚ୍ଚ ପଦସ୍ଥ ନେତା କୁହନ୍ତି, ୨୦୨୪ରେ ଓଡ଼ିଶାର ଶାସନ କ୍ଷମତା ହାତେଇବା ଲାଗି ଏହା ପ୍ରାରମ୍ଭିକ ପ୍ରସ୍ତୁତି।

ରେଲୱେ ହଲ୍‌ରେ ଆୟୋଜିତ ୟୁଥ ଫର ଆକ୍ସନ ସମ୍ମିଳନୀରେ ସାମଗ୍ରିକ ବିକାଶ ପାଇଁ ସକାରାତ୍ମକତାର ମନ୍ତ୍ର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫ ହଜାର ଯୁବତୀ ଯୁବକ ଭାଗନେଇଥିବା ଦାବି କରାଯାଇଥିଲା। ତେବେ ଏଥିରେ କେବଳ ବୈଜୟନ୍ତଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। କେବଳ ବୈଜୟନ୍ତ କାହିଁକି, ରାଜ୍ୟର ଅନ୍ୟ ବିଜେପି ନେତା କ’ଣ ପାଇଁ ନ ଥିଲେ ବୋଲି ପ୍ରଶ୍ନ ଉଠୁଥିଲେ ହେଁ ଏହାର ଠିକ୍‌ ଉତ୍ତର ମିଳିପାରି ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୭ରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସଂଗଠନ ଏବଂ ବୁଥସ୍ତରରେ ଦଳକୁ ସୁଦୃଢ଼ କରିବା ଉପ​‌ରେ ଗୁରୁତ୍ଵ ଦେଇଥିଲେ। ବୁଥ କମିଟିଗୁଡ଼ିକର  ପଦାଧିକାରୀଙ୍କ ସହିତ ସେ ଅନେକ ବୈଠକ କରିଥିଲେ। କିନ୍ତୁ ବେଶୀ ସଫଳତା ମିଳି ନ ଥିଲା। ଓଡ଼ିଶା ବିଧାନଭାର ୧୪୭ରୁ ୧୨୦ ଆସନରେ ବିଜୟ ହାସଲ କରିବାର ସ୍ବପ୍ନ ଦେଖିଥିବା ବିଜେପିର ଶାହାକୁ ଝଟ୍‌କା ମିଳିଥିଲା। ମୋଟ ୨୫ ଆସନରେ ହିଁ ଦଳ ସୀମିତ ରହିଲା।

ୟୁଥ ଫର ଆକ୍ସନ ସମ୍ମିଳନୀରେ ସଂଗଠନର ୱେବ୍‌ସାଇଟ୍‌ ଏବଂ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ, ଯୁବପିଢ଼ିଙ୍କ ହାତରେ ନେତୃତ୍ଵକୁ ଦେଖି ତାଙ୍କୁ ଖୁସି ଲାଗୁଛି। ଏହା ବିକାଶର ଅଭିଯାନ, ଯାହା ଓଡ଼ିଶାରେ ଚାଲୁ ହୋଇଛି। ଯୁବପିଢ଼ିଙ୍କୁ ସଂଗଠିତ ହୋଇଥିବାର ଦେଖି ସେ ଖୁସି। ଅପରାଜିତା କହିଥିଲେ ଯେ, ଯୁବଗୋଷ୍ଠୀଙ୍କର ଏହି ୟୁଥ୍‌ ଫର ଆକ୍ସନକୁ ତାଙ୍କର ପୂରା ସମର୍ଥନ ରହିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ବିକାଶ ବୋଲି ସେ କହିଥିଲେ। ତେବେ ଆୟୋଜକଙ୍କ ପକ୍ଷରୁ କହାଯାଇଛି ଯେ, ସଂଗଠନ ପାଇଁ ପୂରା ୧୦୦ ଦିନର କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ସ୍ବଚ୍ଛ ଭାରତ ମିଶନ, ସ୍ବାସ୍ଥ୍ୟ ଶିବିର ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories