www.samajalive.in
Monday, December 8, 2025
24.1 C
Bhubaneswar

ସରକାରଙ୍କ ଚେତାବନୀ: ଡ୍ରୋନ ରଖିଥିଲେ ୩୧ ସୁଦ୍ଧା କରିନିଅନ୍ତୁ ପଞ୍ଜୀକରଣ, ନଚେତ୍‌ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଦେଶବ୍ୟାପୀ ଡ୍ରୋନ ବ୍ୟବହାରକାରୀଙ୍କୁ କେନ୍ଦ୍ର ସରକାର କଡ଼ା ଚେତାବନୀ ଦେଇଛନ୍ତି। ଯେଉଁମାନେ ଡ୍ରୋନ ରଖିଛନ୍ତି, ସେମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ତାହାର ପଞ୍ଜୀକରଣ କରିନିଅନ୍ତୁ, ନଚେତ୍‌ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇରାନ ସେନା କମାଣ୍ଡର କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ ଚେତା ପଶିଥିବା କୁହାଯାଉଛି। ସୋଲେମାନିଙ୍କୁ ଆମେରିକା ସେନା ଡ୍ରୋନ ସହାୟତାରେ ହତ୍ୟା କରିଥିଲା। ଡ୍ରୋନ କ୍ୟାମେରା ଜରିଆରେ ଆମେରିକା ସୋଲେମାନିଙ୍କ ଗତିବିଧି ଉପରେ ନଜର ରଖିବା ପରେ ଶେଷରେ ନିଜର ଟାର୍ଗେଟକୁ ସଫଳ କରିଥିଲା।

ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବହୁ ସଂଖ୍ୟକ ଡ୍ରୋନ ଏବଂ ଏହାର ଅପରେଟର ବେସାମରିକ ବିମାନ ଚଳାଚଳ ଆବଶ୍ୟକତାର ପାଳନ କରୁନାହାନ୍ତି। ତେଣୁ ଜାନୁୟାରୀ ୩୧ ସୁଦ୍ଧା ଅନଲାଇନ ଜରିଆରେ ଡ୍ରୋନ ଅପରେଟରମାନେ ପଞ୍ଜୀକରଣ କରିନେବାକୁ ଗୋଟିଏ ସୁଯୋଗ ଦିଆଯାଉଛି। ମନ୍ତ୍ରଣାଳୟ ଆହୁରି କହିଛି ଯେ, ପଞ୍ଜୀକରଣ ସମୟରେ ଡ୍ରୋନ ସ୍ବୀକୃତି ସଂଖ୍ୟା ଏବଂ ମାଲିକାନା ସ୍ବୀକୃତି ସଂଖ୍ୟା ଦିଆଯିବ। ଏହା ପରେ ଉକ୍ତ ଡ୍ରୋନ ଏବଂ ଏହାର ଅପରେଟରଙ୍କୁ ବୈଧ ବୋଲି ବିବେଚନା କରାଯିବ। ତେବେ ଏହାକୁ ଡ୍ରୋନ ଉଡ଼ାଇବାର ଅନୁମତି ବୋଲି ଧରାଯିବନାହିଁ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ)ଠାରୁ ଅନୁମତି ନେବାକୁ ହେବ। ନମ୍ବରବିହୀନ ଡ୍ରୋନ ରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

- Advertisement -

କ’ଣ ରହିଛି ଦଣ୍ଡ ବିଧାନ

ଆଇନ ଅନୁସାରେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଦଫା ୨୮୭, ୩୩୬, ୩୩୭, ୩୩୮ରେ ମାମଲା ରୁଜୁ ହେବ। ନିଜର ଅବହେଳା ଏବଂ ମେଶିନର ଦୁରୂପୋଯୋଗ କରି ମାନବ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରିବା ଅଥବା ହାନି ପହଞ୍ଚାଇବା ଅପରାଧରେ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜରିମାନା ଲାଗୁ କରାଯିବ। ତେବେ ​ଦେଶରେ ବର୍ତ୍ତମାନ ୫୦ରୁ ୬୦ ହଜାର ଅନଧିକୃତ ଡ୍ରୋନ ରହିଥିବା ଶିଳ୍ପ ସଂଗଠନ ଫିକିର ଡ୍ରୋନ କମିଟି ସହକାରୀ ଅଧ୍ୟକ୍ଷ ଅଙ୍କିତ ମେହେଟ୍ଟା କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories