ଚଳନ୍ତାବସରୁ ବାହାରି ଗଲା ଚକ,୧୫ ଯାତ୍ରୀ ଆହତ

ଆଠଗଡ: କଟକରୁ ଆଠଗଡ ଯାଉଥିବା ‘ମହାବୀର’ ନାମକ ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ବସଟି କଟକରୁ ଆଠଗଡ ଅଭିମୁଖେ ଯାଉଥିବା ସମୟରେ ଗୁଣ୍ଡିଚାପୁର ଛକ ନିକଟରେ ହଠାତ ବସର ଆଗ ଚକ ବାହାରି ଯାଇଥିଲା ଫଳରେ ବସଟି ଓଲଟି ପଡିଥିଲା। ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ସମୟରେ ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଓଲଟି ପଡିଥିବା ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

Comments are closed.