www.samajalive.in
Saturday, December 13, 2025
15.1 C
Bhubaneswar

ମାର୍କେଟ ବିଲ୍ଡିଂରେ ଆକ୍ରମଣ ଘଟଣା : ଆଉ ୪ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସରରେ ଆକ୍ରମଣ ଘଟଣାରେ ଆଉ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୪ ଜଣ +୨ର ଓ ସ୍କୁଲ ଛାତ୍ର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ସୂଚନା ଯୋଗ୍ୟ, ଉକ୍ତ ଘଟଣାରେ ଶନିବାର ୧୮ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ନାବାଳକ ଥିବା ବେଳେ ୬ ଜଣ ସାବାଳକ ଥିଲେ। ଅଭିଯୁକ୍ତଙ୍କ ନାଁରେ ଦଙ୍ଗା ମାମଲା ମଧ୍ୟ ରୁଜୁ ହୋଇଛି। ଶୁକ୍ରବାର ସନ୍ଧ୍ୟା ସମୟରେ ହଠାତ୍‍ ୨୦ ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ପ୍ରବେଶ କରି ଦୋକାନୀଙ୍କ ଉପରେ ଆକ୍ରମଣ କରିବା ସହ ୧୦୦ ରୁ ଅଧିକ ଦୋକାନକୁ ଭାଙ୍ଗି ନଷ୍ଟ କରିଦେଇଥିଲେ। ଏହା ସହ ତାଙ୍କ ସମ୍ମୁଖକୁ ଯେ କେହି ଆସିଲେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories