www.samajalive.in
Friday, December 12, 2025
19.1 C
Bhubaneswar

ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ : ପିଲାଟି ଦିନରୁ ସେ ଥିଲେ ନିର୍ଭୀକ ଓ ବୁଦ୍ଧିମାନ

ଭୁବନେଶ୍ୱର : ଆଜି ଜାନୁଆରୀ ୧୨ ତାରିଖ। ସ୍ୱାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ଦିନକୁ ପ୍ରତି ବର୍ଷ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ବିବେକାନନ୍ଦଙ୍କ ଜନ୍ମ ୧୮୬୩ ମସିହା ଜାନୁଆରୀ ୧୨ରେ କଲକାତାରେ ହୋଇଥିଲା। ସ୍ୱାମୀ ବିବେକାନନ୍ଦ ପୂର୍ବରୁ ସେ ନରେନ୍ଦ୍ରନାଥ ଦତ୍ତ ଭାବେ ପରିଚିତ ଥିଲେ। ତାଙ୍କୁ ଯୁବ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ସେ ସର୍ବଦା କହୁଥିଲେ କେବଳ ଶାରୀରିକ ଭାବେ ବଳବାନ ନୁହେଁ ବରଂ ମାନସିକ ରୂପେ ମଜଭୂତ ଲୋକେ ହିଁ ପ୍ରକୃତ ଯୁବ। ଆଜିର ଏହି ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ପିଲା ବେଳର ଏକ ହୃଦୟସ୍ପର୍ଶୀ କଥା ଜାଣନ୍ତୁ …..
ସ୍ୱାମୀ ବିବେକାନନ୍ଦ ପିଲା ଦିନରୁ ହିଁ ନିର୍ଭୀକ ଥିଲେ। ତାଙ୍କୁ ଯେଉଁ ସମୟରେ ୮ ବର୍ଷ ହୋଇଥିଲା ସେହି ସମୟର ଏହି କଥା। ସେ ନିୟମିତ ତାଙ୍କର ଏକ ମିତ୍ର ଘରକୁ ଖେଳିବାକୁ ଯାଉଥିଲେ। ସେହି ମିତ୍ରଙ୍କ ଘରେ ଏକ ଚମ୍ପା ଗଛ ଥିଲା। ଚମ୍ପା ଗଛ ସ୍ୱାମୀଜୀଙ୍କର ପ୍ରିୟ ଥିଲା। ପ୍ରତିଦିନ ଭଳି ସେଦିନ ମଧ୍ୟ ସେହି ଗଛକୁ ଧରି (ଡ଼ାଳରେ ଝୁଲିବା ଭଳି) ଖେଳୁଥିଲେ। ସେହି ସମୟରେ ତାଙ୍କ ବନ୍ଧୁଙ୍କର ଜେଜେବାପା ତାଙ୍କ ନିକଟରେ ପହଞ୍ଚିଲେ, ତାଙ୍କୁ ଡ଼ର ଥିଲା କି ସ୍ୱାମୀଜୀ ସେହି ଗଛରୁ କାଳେ ପଡ଼ିଯିବେ ଓ ଗଛର ଡ଼ାଳ କଳେ ଭାଙ୍ଗି ପଡ଼ିବ। ତେଣୁ ସେ ବିବେକାନନ୍ଦଙ୍କୁ ବୁଝାଇବା କହିଲେ, ନରେନ୍ଦ୍ର (ସ୍ୱାମୀଜୀଙ୍କ ନାମ) ତୁମେ ଏହି ଗଛ ଠାରୁ ଦୂରରେ ରୁହ। ନରେନ୍ଦ୍ର ତାଙ୍କୁ ପ୍ରଶ୍ନ କଲେ କାହିଁକି ? ସେ ଉତ୍ତରରେ କହିଲେ ଏହି ଗଛରେ ଏକ ରାକ୍ଷସ ରହିଛି। ସେ ରାତିରେ ଧଳା ପୋଷାକ ପିନ୍ଧି ବୁଲେ। ଦେଖିବାକୁ ମଧ୍ୟ ଭୟଙ୍କର। ଏହାଶୁଣି ନରେନ୍ଦ୍ର ତାଙ୍କ ମିତ୍ରଙ୍କ ଜେଜେଙ୍କୁ ସେ ରାକ୍ଷସ ବିଷୟରେ ଅଧିକ କିଛି କହିବାକୁ କହିଲେ। ଏହାପରେ ସେ କହିଲେ, ଯେଉଁମାନେ ଏ ଗଛରେ ଚଢନ୍ତି ସେମାନଙ୍କ ବେକ ସେ ରାକ୍ଷସ ମୋଡ଼ି ଦେଇଥାଏ। ନରେନ୍ଦ୍ର ଏହା ଶୁଣି ଆଗକୁ ଗଲେ, ତାଙ୍କ ମିତ୍ରଙ୍କ ଜେଜେବାପା ମଧ୍ୟ ଆଗକୁ ଗଲେ, ଏହାପରେ ପୁଣି ନରେନ୍ଦ୍ର ସେହି ଗଛରେ ଚଢି ଖେଳିବାକୁ ଆରମ୍ଭ କଲେ। ଏହା ଦେଖି ତାଙ୍କ ମିତ୍ର ଭୟଭୀତ ହୋଇ କହିଲେ, ଜେଜେବାପା ତ ସେ ରାକ୍ଷସ ବିଷୟରେ କହିଲେ ସେ ତୋ ବେକ ମୋଡ଼ିଦେବ। ଏହାଶୁଣି ନରେନ୍ଦ୍ର ହସିଲେ ଓ ଉତ୍ତର ଦେଲେ , ମିତ୍ର ଡ଼ରନା। ତୁମେ ବହୁତ ସରଳ। କେବଳ ତୁମକୁ କେହି କିଛି କହିଦେଲେ ତା’କୁ ବିଶ୍ୱାସ କରନା। ନିଜେ ଥରେ ନିଶ୍ଚୟ ଅନ୍ୟମାନେ କହୁଥିବା କଥାକୁ ଭଲ ଭାବେ ଚିନ୍ତା କର। ଯଦି ଜେଜେବାପାଙ୍କ କଥା ସତ ହୋଇଥାଆନ୍ତା, ତେବେ ମୋ ବେକ କେବେ ଠାରୁ ମୋଡ଼ା ହୋଇସାରନ୍ତାଣି।
ବାସ୍ତବିକ ଏହି ଘଟଣାଟିରୁ ହିଁ ବାଖ୍ୟା କରୁଛି , ସ୍ୱାମୀ ବିବେକାନନ୍ଦ ପିଲାଟି ଦିନରୁ ହିଁ ନିର୍ଭୀକ ଓ ତୀକ୍ଷ୍ଣ ବୁଦ୍ଧିମାନ ଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories