www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂ; ସିଏଏକୁ ସମର୍ଥନ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂଙ୍କ ନେତୃତ୍ବରେ ସମ୍ବଲପୁରରେ ସିଏଏ ସମର୍ଥନରେ ଜନ ସଚେତନତା ରାଲି ହୋଇ ଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସିଏଏ ସଚେତନତା ରାଲି ବାହାରି ସ୍ଥାନୀୟ ମୁନିସିପାଲିଟି ଛକ ନିକଟରେ ଥିବା ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା । ସମ୍ବଲପୁର ବାଲିବନ୍ଧା, ଭୁତାପଡା, ବୁଢ଼ାରଜା ଆଦି ସ୍ଥାନରୁ ରାଲି ବାହାରି ଗଙ୍ଗାଧର ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା। ଏହା ପରେ ବିରାଟ ସାଧାରଣ ସଭାରେ ପ୍ରମୁଖ ନେତୃବୃନ୍ଦ ସିଏଏ ସପକ୍ଷରେ ନିଜ ନିଜ ମତ ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଗିରୀରାଜ ସିଂଙ୍କ ସମେତ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ,  ବରଗଡ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର ଏହି ରାଲିର ନେତୃତ୍ବ ନେଇଥିଲେ।
ଓଡିଶାରେ ରାଜ୍ୟ ସରକାର ସିଏଏକୁ ସମର୍ଥନ କରିଥିବା ବେଳେ ସମ୍ବଲପୁରରେ ଏଭଳି ଏକ ରାଲି ଓ ସାଧାରଣ ସଭାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ  ସିଏଏ ଅଭିମୁଖ୍ୟରେ ଓଡିଶା ସରକାରଙ୍କ ପ୍ରଶଂସା କରିଥିଲେ। ତେବେ ସାରା ଭାରତକୁ ସଚେତନ କରିବା ପାଇଁ ଏହି ସଭାର ଆୟୋଜନ କରାଯାଇଛି ବୋଲି ସେ କହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories