www.samajalive.in
Friday, December 12, 2025
15.1 C
Bhubaneswar

ଗଜରାଜଙ୍କ ଉପଦ୍ରବ ପାଦରେ ଦଳି ଦେବାରୁ ନାବାଳିକା ମୃତ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମିବାରେ ନାଁ ଧରୁନ ହାତୀ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରୁ ଏକ ଦନ୍ତା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହ ଘର ଭାଙ୍ଗିବାରେ ଲାଗିଥିବା ବେଳ ଶୁକ୍ରବାର ଦନ୍ତା ହାତୀ ଉପଦ୍ରବର ସୀମାଟପି ଯାଇଛି।  ଅଞ୍ଚଳବାସୀ ଦନ୍ତାକୁ ବନବିଭାଗ ସହାୟତାରେ ଘଉଡାଉଥିବାରୁ ଦନ୍ତାଟି ରାଗିଯାଇ ଜଣେ ନାବାଳିକାକୁ ଟେକି କଚାଡି ଦେବା ସହ ପାଦରେ ଦଳି ମାରଦେଇଥିବା ଜଣାପଡିଛି। ମୃତ ନାବାଳିକା ଜଣଙ୍କ ହରିହରପୁର ଗ୍ରାମର ସ୍ୱର୍ଗତ ରଘୁନାଥ ମହାନ୍ତଙ୍କ ଝିଅ ସସ୍ମିତା ମହାନ୍ତ (୧୦) ବୋଲି ଜଣାପଡିଛି । ସସ୍ମିତା ଆସନ୍ତାକାଲି ନବୋଦୟ ପ୍ରବେଶିକା ପାଇଁ ଘରେ ପାଠ ପଢୁଥିବା ବେଳେ ହାତୀ ସସ୍ମିତାଙ୍କୁ ଘରୁ ଟାଣିଆଣି ପାଦରେ ଦଳିଦେଇଥିଲା । ଦୁର୍ଭାଗ୍ୟ ଯେ ଗତବର୍ଷ ସସ୍ମିତାଙ୍କ ପିତା ରଘୁନାଥ ବଜ୍ରପାତରେ ମୃତ୍ୟୁବରଣ କରିଥିଲେ । ଘରେ ମାଆ ସୈରେନ୍ଦ୍ରୀଙ୍କ ସହ ଥିବା ବେଳେ ଏହି ଅଘଟଣ ଘଟିଛି।

ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରୁ ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ ତାଳସରୁଆ , ହଲଦୀବଟା , ନୂଆଗାଁ , ଦୁବେଇପେଣ୍ଠ ଆଦି ଗ୍ରାମରେ ଉକ୍ତ ହାତୀଟି ପଶି ୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିବା ସହ ଲୋକେ କରିଥିବା ପନି ପରିବା ଚାଷ କୁ ମଧ୍ୟ ହାତୀ ଦଳି ଚକଟି ନଷ୍ଟ କରିଦେଇଥିବା ସୂଚନାମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories