www.samajalive.in
Saturday, December 13, 2025
26.1 C
Bhubaneswar

ମାର୍କେଟ ବିଲ୍ଡିଂରେ ମାତିଲେ ମୁଖାପିନ୍ଧା ଦୁର୍ବୃତ୍ତ, ଭାଙ୍ଗିଲେ ୧୦୦ରୁ ଉର୍ଦ୍ଧ ଦୋକାନ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। କାହା କଥା ଶୁଣିନଥିଲେ ମୁଖାପିନ୍ଧା ଦୁର୍ବୃତ୍ତ। ପରିବାର ପ୍ରତିପୋଷଣ ପାଇଁ ଛୋଟ ଦୋକାନ କରିଥିବା ଉଠାଦୋକାନୀମାନଙ୍କୁ ଗୋଡେଇ ପିଟିବା ସହ ମୁଖାପିନ୍ଧା ଦୁର୍ବୃତ୍ତମାନେ ସେମାନଙ୍କ ଜିନିଷ ପତ୍ରମଧ୍ୟ ନଷ୍ଟ କରିଥିବା ଦେଖାଯାଇଛି। ଭୟ ଓ ଜୀବନ ବିକଳରେ ଦୋକାନୀମାନେ ଏଣେ ତେଣେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମାର୍କେଟ ବିଲ୍ଡିଂରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ମିଳିଥିବସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟା ୬.୩୦ ସମୟରେ ହଠାତ ୨୦ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ପଶି ଆତଙ୍କରାଜ ଚଳାଇଥିଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତ ନଷ୍ଟ କରିଦେଇଥିଲେ ୧୦୦ରୁ ଉର୍ଦ୍ଧ ଦୋକାନ। ଯିଏ ଆଗରେ ପଡିଲା ତାକୁ ଗୋଡେଇ ଗୋଡେଇ ପିଟିଥିଲେ ମୁଖାପିନ୍ଧା ଦୁର୍ବୃତ୍ତ।ତେବେ କିଏ ଓ କାହିଁକି ଏମିତି ଆକ୍ରମଣ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଯାହା ସୂଚନାମିଳୁଛି ଗତକାଲି କିଛି ଉଠା ଦୋକାନୀଙ୍କ ସହ କିଛି ବ୍ୟକ୍ତିଙ୍କ ହୋଇଥିବା ଝଗଡ଼ାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories